ଆସିକା (ମନୋଜ ମୁନି): ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ଏ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଟଙ୍କାଛାଇ ଗାଁରେ।
ଅଭିଯୋଗ ଅନୁଯାୟୀ, ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେହି ଗାଁର ଜଣେ ଯୁବକ ଶାରୀରିକ ସଂପର୍କ ରଖିଥଲେ। ଉଭୟେ ବହୁ ଦିନ ହେଲା ଏକାଠି ମଧ୍ୟ ରହୁଥିଲେ। ଏମତିକି ସେମାନେ ଗାଁ ଛାଡ଼ି ଅନ୍ୟତ୍ର ରହିବାକୁ ଯୋଜନା ବି କରିଥିଲେ। ହେଲେ କିଛି ଦିନ ହେବ ଯୁବକ ଜଣକ ତାଙ୍କୁ ଧୋକା ଦେଇ ଗାଁରୁ ଫେରାର ହୋଇ ଯାଇଛନ୍ତି। ତେଣୁ ଦୁଇ ଦିନ ହେଲା ଏହି ମହିଳା ଜଣଙ୍କ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।
from Odisha Reporter https://ift.tt/2WzNlH2
No comments:
Post a Comment