ହିରୋଙ୍କ ଖରାପ ଗୁଣ ବଖାଣିଲେ ଶିବାନୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ହିରୋଙ୍କ ଖରାପ ଗୁଣ ବଖାଣିଲେ ଶିବାନୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’  ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରେଟି’କୁ ନିକଟରେ ଆସିଥିଲେ ଓଲିଉଡ୍ ଅଭିନେତ୍ରୀ ଶିବାନୀ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ଚାରି ଜଣ ହିରୋଙ୍କର ଉଭୟ ଭଲ ଓ ଖରାପ ଗୁଣ ବିଷୟରେ ପଚରାଯାଇଥିଲା। ଆଉ ଶିବାନୀ ବେଶ୍ ସ୍ପଷ୍ଟ ଭାବେ ତାଙ୍କ ମତାମତ ରଖିଥିଲେ।

ଚକୋଲେଟ୍‌ ବୟ ବାବୁସାନ୍‌ଙ୍କୁ ନେଇ ସେ କହିଥିଲେ ଯେ ତାଙ୍କ କାମ କରିବାର ଶୈଳୀ ବହୁତ ବଢ଼ିଆ।  କିନ୍ତୁ ସେ ଆଜିକାଲି ଟିକେ ବେଶି ବଡ଼ି ବନେଇବା ଉପରେ ଧ୍ୟାନ ଦେଉଛନ୍ତି। ବଡି ବିଲ୍ଡିଂ ପାଇଁ ଏତେବି ଚିନ୍ତା କରିବା କଥା ନୁହେଁ।

ସେହିପରି ଅନୁଭବ ମହାନ୍ତିଙ୍କୁ ନେଇ ଶିବାନୀ କହିଥିଲେ ଯେ ସେ ଲୋକଙ୍କର ବହୁତ ଯତ୍ନ ନିଅନ୍ତି। କିନ୍ତୁ ସେ ଟିକେ ଶାନ୍ତ ରହିବା କଥା। ବେଳେ ବେଳେ ସେ ବହୁତ ଜୋରରେ ରାଗି ଯା’ନ୍ତି।

ହ୍ୟାଣ୍ଡସମ୍‌ ହଙ୍କ୍ ଅରିନ୍ଦମଙ୍କୁ ନେଇ ସେ କହିଥିଲେ, “ସେ ଜଣେ ଭଲ ଅଭିନେତା ଓ ବହୁତ ସପୋର୍ଟିଭ୍‌ ମଧ୍ୟ। କିନ୍ତୁ ସେ ଆହୁରି ଅଧିକ ଫିଲ୍ମ କରିବା ଉଚିତ୍‌। ତାଙ୍କ ଫିଲ୍ମ ସଂଖ୍ୟା କମି ଯାଉଛି।”

ସ୍ୱରାଜକୁ ନେଇ ଶିବାନୀ କହିଥିଲେ,“ଏପର୍ଯ୍ୟନ୍ତ ସେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଆସିଛନ୍ତି। ସେ ଜଣେ ଭଲ ମଣିଷ। କିନ୍ତୁ ସେ ଅଭିନୟ କରିବା ସମୟରେ ଲିପ୍‌ସିଂ ପ୍ରତି ଆଉ ଟିକେ ଧ୍ୟାନ ଦେବା ଉଚିତ୍‌।”

ସୂଚନାଯୋଗ୍ୟ, ଏହି ଚାରି ହିରୋଙ୍କ ସହିତ ଶିବାନୀ କାମ କରିଛନ୍ତି। ଆଗକୁ ତାଙ୍କର ଅରିନ୍ଦମଙ୍କ ସହିତ ଏକ ଫିଲ୍ମ ଆସୁଛି, ଯାହାର ନାଁ ‘ବାବୁ ଭାଇଜାନ୍‌’। ପ୍ରଥମ ଥର ପାଇଁ ସେ ଏଥିରେ ଅରିନ୍ଦମଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଛନ୍ତି।

ସୂଚନା ଅନୁଯାୟୀ, ‘ବାବୁ ଭାଇଜାନ୍‌’ ଫିଲ୍ମ ଶୁଟିଂ ଶେଷ ହୋଇନି।  ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ଏହି ଫିଲ୍ମ ତିଆରି ହେଉଛି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ। ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ। ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ମିହିର ଦାସ, ସମରେଶ, ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା ଓ ଦୀପକ ମିଶ୍ର।



from Odisha Reporter https://ift.tt/2qfMe35

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages