ମାଆଙ୍କୁ ଏକଥା ଲୁଚାଇଛନ୍ତି ପ୍ରେମାନନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ମାଆଙ୍କୁ ଏକଥା ଲୁଚାଇଛନ୍ତି ପ୍ରେମାନନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଲାଦିନେ ସମସ୍ତେ ଦୁଷ୍ଟାମି କରିଥିବେ। ବାପାମାଆଙ୍କୁ କିଛି କଥା ଲୁଚେଇଥିବେ। ସେମିତି କିଛି କରିଥିଲେ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମାନନ୍ଦ। ପିଲାଦିନେ ସେ ଥରେ ଘରୁ ଚୋରି କରିଥିଲେ।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ ଯୋଗଦେଇ ସେ ଏକଥା କହିଥିଲେ। ପ୍ରେମାନନ୍ଦ କହିଥିଲେ ଯେ ତାଙ୍କ ମାଆ ଗୋଟେ ବହି ଭିତରେ ୧୦୦ଟଙ୍କା ରଖିଥିଲେ। ସେ ସେହି ୧୦୦ ଟଙ୍କା ଚୋରାଇ ନେଇ ଖର୍ଚ୍ଚ କରି ଦେଇଥିଲେ। ତାଙ୍କ ମାଆ ଯେତେବେଳେ ସେ ଟଙ୍କା ଖୋଜିଲେ ଆଉ ପାଇଲେ ନାହିଁ। ସେ ସମୟରେ ୧୦୦ ଟଙ୍କା ବହୁତ ଥିଲା। ମାଆ ଟଙ୍କା ନପାଇ କାନ୍ଦି ପକାଇଥିଲେ। ସେ ମାଆଙ୍କୁ ବୁଝାଇଥିଲେ ଯେ ସେ ବଡ ହେଲେ ବହୁତ ଟଙ୍କା ରୋଜଗାର କରିବେ। କିନ୍ତୁ ସେ ଡରରେ ଏକଥା ମାନି ନଥିଲେ ଯେ ସେ ହିଁ ଟଙ୍କା ଚୋରି କରିଥିଲେ।

ସୂଚନାଯୋଗ୍ୟ, ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ତାଙ୍କ ନିର୍ଦ୍ଦେଶିତ ଗୀତ ମଧ୍ୟରୁ ଗୋଟେ ଗୀତ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ଗାଇଛନ୍ତି। ସେ ୬୦ରୁ ଅଧିକ ଓଡ଼ିଆ ଫିଲ୍ମ ସହ କିଛି ଭୋଜପୁରୀ ଓ ବଙ୍ଗାଳି ଫିଲ୍ମରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter https://ift.tt/2pod9JW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages