ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଆରମ୍ଭ ହୋଇଛି ‘ମେଜିଷ୍ଟିକ ମାରା ଫଟୋ ଏବଂ ଫିଲ୍ମ ପ୍ରଦର୍ଶନୀ’। ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ଗଜପତି ମହାରାଜଙ୍କ ସହ ଏକ ଟିମ୍ ୭ ଦିନିଆ କେନିଆ ଗସ୍ତରେ ଯାଇଥିଲେ। ସେତେବେଳେ ସେମାନେ କ୍ୟାମେରାରେ ଉତ୍ତୋଳନ କରିଥିବା ମସାଇ ମାରା ଜାତୀୟ ରିଜର୍ଭର କିଛି ଫଟୋ ଏବଂ ଗଜପତି ମହାରାଜଙ୍କ ଦ୍ୱାରା ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି।
କାର୍ଯ୍ୟକ୍ରମରେ କେନିଆର ହାଇକମିଶନର ଉଇଲି କିପ୍କୋରିର୍ ବେଟ୍, କେନିଆର ଓଡିଆ ସାଂସଦ ଡଃ ସ୍ୱରୁପ ରଞ୍ଜନ ମିଶ୍ର, ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏଭଳି ପ୍ରଦର୍ଶନୀ ଦ୍ୱାରା କେନିଆ ପ୍ରତି ଓଡ଼ିଶାର ପର୍ଯ୍ୟଟକ ଆକୃଷ୍ଟ ହେବେ ବୋଲି କେନିଆ ହାଇକମିଶନର କହିଛନ୍ତି।
from Odisha Reporter https://ift.tt/2qXy9Ys
No comments:
Post a Comment