ପିଆଜ ବଜାରରେ ଲାଗିଛି ନିଆଁ; ଦାମ୍‌ ଛୁଇଁଲାଣି ୯୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

ପିଆଜ ବଜାରରେ ଲାଗିଛି ନିଆଁ; ଦାମ୍‌ ଛୁଇଁଲାଣି ୯୦

କଟକ( ଦେବାଶିଷ ମହାନ୍ତି): ପିଆଜ ବଜାରରେ ଲାଗିଥିବା ନିଆଁ ଲିଭିବାର ନାଁ ନେଉନି। କାର୍ତ୍ତିକ ମାସ ପରେ ମଧ୍ୟ ଦିନକୁ ଦିନ ଦର କମିବା ବଦଳରେ ବଢ଼ିବାରେ ଲାଗିଛି। ୪,୫ ଦିନ ତଳେ ୭୦-୮୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ କିଛି ସ୍ଥାନରେ ୯୦ ଛୁଇଁଲାଣି।

କଟକ ଛତ୍ର ବଜାରରେ ବି ପିଆଜ ଦର ଚଢ଼ା ରହିଛି। ୫ ଦିନ ତଳେ ଯେଉଁ ପିଆଜ ୬୦ ଟଙ୍କାରେ ମିଳୁଥିଲା, ତାହା ଏବେ ୯୦ରେ ପହଞ୍ଚିଲାଣି। ଆଉ ଏହାର ସିଧାସଳଖ ପ୍ରଭାବ ପିଆଜ ବେପାର ଉପରେ ପଡ଼ିଛି । ପୂର୍ବରୁ ଦିନକୁ ୬-୭ଟି ଗାଡ଼ି ପିଆଜ ଆସୁଥିବା ବେଳେ ଏବେ ଦୁଇଦିନରେ ମାତ୍ର ଗୋଟିଏ ଗାଡ଼ି ଆସୁଛି।

ଏନେଇ ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,“ବର୍ଷା ଓ ବନ୍ୟା ଯୋଗୁ ନାସିକ ଆଉ ଆନ୍ଧ୍ରରେ ପିଆଜ ସବୁ ନଷ୍ଟ ହୋଇଯାଇଛି। ଫଳରେ ନାସିକ୍‌ରେ ପିଆଜ ଷ୍ଟକ୍ ଖୁବ୍‌ କମ୍ ଅଛି। ଆନ୍ଧ୍ରରେ ଯେଉଁ ପିଆଜ ଅଛି ତାହା ନଷ୍ଟ ଅବସ୍ଥାରେ ଅଛି। ବର୍ତ୍ତମାନ ଦୈନିକ ବଜାରରେ ୭ରୁ ୮ଟି  ପିଆଜ ଗାଡ଼ି ଦରକାର ହେଉଛି। ହେଲେ  କେଉଁ ଦିନ ଗୋଟିଏ ପିଆଜ ଗାଡ଼ି ଆସୁଥିବା ବେଳେ କେବେ ଆସୁନାହିଁ। ତେଣୁ ପ୍ରତିଦିନ ଦାମ୍‌ ବଢ଼ି ବଢ଼ି ଚାଲୁଛି। ଏଥିସହ ବହୁତ ଖରାପ ପିଆଜ ବାହାରୁଥିବାରୁ ବ୍ୟବସାୟୀମାନେ ଆଣିବାକୁ ମଧ୍ୟ ରାଜି ହେଉ ନାହାନ୍ତି। ”

ଜଣେ ଗ୍ରାହକ କହିଛନ୍ତି,“ ପୂର୍ବରୁ ୨୦-୨୫ ଟଙ୍କାରେ ପିଆଜ କିଲୋ ବିକ୍ରି ହେଉଥିଲା। ଆଜି ୯୦ ଟଙ୍କାରେ କିଲୋ ପିଆଜି କିଣିଛି। ଦାମ୍‌ ବଢ଼ିବା ଯୋଗୁ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି।”



from Odisha Reporter https://ift.tt/2QJVvMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages