‘ମଡ୍‌ ଥିମ୍‌’ରେ ଦମ୍ପତିଙ୍କ ଫଟୋଶୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

‘ମଡ୍‌ ଥିମ୍‌’ରେ ଦମ୍ପତିଙ୍କ ଫଟୋଶୁଟ୍‌

ନୂଆଦିଲ୍ଲୀ: ଆଜିକାଲି ପ୍ରି-ୱେଡିଂ ଏବଂ ପୋଷ୍ଟ-ୱେଡିଂ ଫଟୋଶୁଟ୍‌ର ଟ୍ରେଣ୍ଡ୍ ଚାଲିଛି। ବିବାହ ପୂର୍ବରୁ ନହେଲେ ବିବାହ ପରେ ଦମ୍ପତିଙ୍କୁ ଏକାଠି ଫଟୋଶୁଟ୍‌ କରିବାର ଦେଖିବାକୁ ମିଳୁଛି। ସେଗୁଡ଼ିକ ମଧ୍ୟରୁ କିଛି ଚର୍ଚ୍ଚାର ପରିସରକୁ ବି ଆସିଛି। ଏବେ କେରଳର ଏକ ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟିଛି। ବିବାହ ପରେ ସେମାନେ ଫଟୋଶୁଟ୍ କରିଛନ୍ତି, ତାହା ପୁଣି କାଦୁଅରେ। ଅର୍ଥାତ୍ ‘ମଡ୍ ଥିମ୍’ରେ ସେମାନେ ଫଟୋଶୁଟ୍ କରିଛନ୍ତି। ସେଥିପାଇଁ ସେମାନଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। 

ଏହି ଦମ୍ପତି ହେଲେ ଜୋସ୍‌ ଓ ଅନିଶା। ଜୋସ୍ ଜଣେ ରାଜନେତା ଓ ଅନିଶା ଜଣେ ନର୍ସ। ଦୁହିଁଙ୍କର ଏହି ଫଟୋଶୁଟ୍‌କୁ ସୋଶାଲ୍‌ ମିଡିଆରେ ଖୁବ୍‌ ଶେଆର କରାଯାଉଛି। 

ବିନୁ ସିନ୍ସ ୱେଡିଂ କମ୍ପାନୀ ‘ମଡ୍ ଥିମ୍‌’ରେ ଏହି ଫଟୋଗୁଡ଼ିକୁ ଉଠାଇଛି। କମ୍ପାନୀର ଫେସ୍‌ବୁକ୍ ପେଜ୍‌ରେ ମଧ୍ୟ ଫଟୋଗୁଡ଼ିକୁ ପୋଷ୍ଟ୍ କରାଯାଇଛି। ଫଟୋଗୁଡ଼ିକୁ ଉଠାଇଥିବା ଫଟୋଗ୍ରାଫର କହିଛନ୍ତି ଯେ ଏହି ଦମ୍ପତି ସେମାନଙ୍କ ଫଟୋ ସମସ୍ତଙ୍କଠାରୁ ପୂରା ଅଲଗା ହେଉ ବୋଲି ଚାହୁଁଥିଲେ। ଆମେ ମଧ୍ୟ କିଛି ଭିନ୍ନ ଥିମ୍‌ ରଖିବା ପାଇଁ ଯୋଜନା କରିଥିଲୁ। ଶେଷରେ ଆମେ ‘ମଡ୍‌ ଥିମ୍‌’ରେ ଫଟୋଶୁଟ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। 

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରି-ୱେଡିଂ ଏବଂ ପୋଷ୍ଟ-ୱେଡିଂ ଫଟୋଶୁଟ୍‌ ପାଇଁ ଅଧିକାଂଶ ଗ୍ରାହକ ରୋମାଣ୍ଟିକ୍‌ ଫଟୋ ଉଠାଇବାକୁ ପସନ୍ଦ କରନ୍ତି। ତେଣୁ ବିଭିନ୍ନ ଥିମ୍‌ରେ ଫଟୋ ଉଠାଯାଇଛି।  କିନ୍ତୁ ଏଥିପାଇଁ ‘ମଡ୍‌ ଥିମ୍‌’କୁ କେହି କେବେ ସାମିଲ୍‌ କରି ନଥିଲେ। ଆମ ପକ୍ଷରୁ ପ୍ରଥମ ଥର ଏଭଳି ପ୍ରୟାସ ହୋଇଛି।ଫଟୋଗୁଡ଼ିକରେ କେରଳର ସୌନ୍ଦର୍ଯ୍ୟ ବି କ୍ୟାପ୍‌ଚର୍‌ ହୋଇଛି। 

 



from Odisha Reporter https://ift.tt/35Ap1Ii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages