ଇସ୍ରୋର ସଫଳ ଉତକ୍ଷେପଣ, ମହାକାଶରୁ ଆତଙ୍କବାଦୀଙ୍କ ଉପରେ ନଜର ରଖିବ କର୍ଟୋସାଟ୍-୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ଇସ୍ରୋର ସଫଳ ଉତକ୍ଷେପଣ, ମହାକାଶରୁ ଆତଙ୍କବାଦୀଙ୍କ ଉପରେ ନଜର ରଖିବ କର୍ଟୋସାଟ୍-୩

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ ପରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶକୁ କର୍ଟୋସାଟ୍-୩ ଉପଗ୍ରହ ଛାଡ଼ିଛି। ଏହି ଉପଗ୍ରହ ଦ୍ୱାରା ଭାରତ ମହାକାଶରୁ ରହି ପୃଥିବୀ ଉପରେ ତୀକ୍ଷଣ ନଜର ରଖିପାରିବ। ଏମିତିକି ସୀମାରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବ। ଆବଶ୍ୟକ ପଡ଼ିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଭଳି ବଡ଼ ବଡ଼ ଅପରେସନରେ ମଧ୍ୟ ଏହି ଉପଗ୍ରହ ସହଯୋଗ କରିପାରିବ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୨୮ ମିନିଟରେ ଇସ୍ରୋ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି। ପିଏସଏଲବି-ସି ୪୭ ରକେଟ ଜରିଆରେ କର୍ଟୋସାଟ୍-୩ ମହାକାଶକୁ ପଠାଯାଇଛି। ଏହା ସହିତ ଆମେରିକାର ୧୩ଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ମହାକାଶକୁ ଛଡ଼ାଯାଇଛି। ଏହା ପୃଥିବୀରୁ ୫୦୯ କିଲୋମିଟର ଉପରେ ରହି ଦେଶର ସୁରକ୍ଷା ଉପରେ ନଜର ରଖିବ।

ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି, ପିଏସଏଲବି-ସି ୪୭ କର୍ଟୋସାଟ୍-୩ ଏବଂ ଆମେରିକାର ୧୩ ଉପଗ୍ରହକୁ ଏକା ସାଙ୍ଗରେ ଉତକ୍ଷେପଣ କରିଛି। ଏହା କାର୍ଟୋସାଟ୍ ସିରିଜର ନବମ ଉପଗ୍ରହ। ଏହାର ଓଜନ ୧,୬୨୫ କିଲୋଗ୍ରାମ ରହିଛି। ଏହା ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଉପଗ୍ରହ। ଯିଏ କି ମହାକାଶରେ ଥାଇ ନିଜର ଶକ୍ତିଶାଳୀ କ୍ୟାମେରା ଜରିଆରେ ଦେଶର ପ୍ରତ୍ୟେକ ସ୍ଥାନର ନୀରିକ୍ଷଣ କରିପାରିବ। ପୂର୍ବରୁ ଅନ୍ୟ ଦେଶ ମାନେ ମଧ୍ୟ ଏହି ଭଳି ଉପଗ୍ରହ ମହାକାଶକୁ ଛାଡ଼ିଛନ୍ତି। ହେଲେ ସେହି ଉପଗ୍ରଗରେ ଲାଗିଥିବା କ୍ୟାମେରାର ମାନ ତୁଳନାରେ କାର୍ଟୋସାଟ୍-୩ର କ୍ୟାମେରା ଅଧିକ ଶକ୍ତିଶାଳୀ। ଆସନ୍ତା ମାର୍ଚ୍ଚ ସୁଦ୍ଧା ୧୩ଟି ଉପଗ୍ରହ ମହାକାଶକୁ ଛଡ଼ାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ କାର୍ଟୋସାଟ୍-୩ ନିର୍ମାଣରେ ନିୟୋଜିତ ସମସ୍ତ କର୍ମଚାରୀ ଓ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେ.ଶିବନ୍।



from Odisha Reporter https://ift.tt/2slqpQN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages