‘ତାନାଜୀ’ରେ ଦମ୍‌ଦାର୍‌ ଲୁକ୍‌ରେ କାଜୋଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

‘ତାନାଜୀ’ରେ ଦମ୍‌ଦାର୍‌ ଲୁକ୍‌ରେ କାଜୋଲ୍

ମୁମ୍ବାଇ: ଅଜୟ ଦେବଗନ୍‌ ଓ କାଜୋଲ୍‌ଙ୍କ ବାହାଘରକୁ ୨୦ ବର୍ଷ ହୋଇଗଲାଣି। କେବଳ ରିୟଲ ଲାଇଫ୍ ପରଫେକ୍ଟ କପଲ୍‌ ନୁହଁନ୍ତି, ପରଦାରେ ମଧ୍ୟ ଏହି କପଲ୍‌ଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳେ। ଦୀର୍ଘ ୯ ବର୍ଷ ପରେ ପୁଣି ଦୁହେଁ ଏକାଠି ପରଦାରେ ନଜର ଆସିବେ। ଫିଲ୍ମ ‘ତାନାଜୀ’ରେ ଦର୍ଶକ ପୁଣି ଥରେ ଅଜୟ ଓ କାଜୋଲ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅଜୟଙ୍କ ଲୁକ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। ଆଉ ଏବେ କାଜୋଲ୍‌ଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି।

ଫିଲ୍ମ ‘ତାନାଜୀ’ରେ କାଜୋଲ୍ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ୍‌କୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଉ କ୍ୟାପସନରେ ଖିଛନ୍ତି, ‘ମୁଁ ଆପଣଙ୍କୁ ହାରିବାକୁ ଦେବି ନାହିଁ।’ ଏହି ପୋଷ୍ଟର୍‌ରେ ସେ ଏକଦମ୍ ଇଣ୍ଟେନ୍ସ ଲୁକ୍‌ରେ ନଜର ଆସିଛନ୍ତି। ମରାଠି ବେଶରେ ମୁଣ୍ଡରେ ବଡ଼ ବିନ୍ଦି ସହ ନାକରେ ରିଙ୍ଗ ପିନ୍ଧି କାଜୋଲ ବେଶ୍ ଦମ୍‌ଦାର୍‌ ଲାଗୁଛନ୍ତି।

ଜଣାଇ ଦେବାକୁ ଚାହୁଁ ଯେ ଏହି ଫିଲ୍ମରେ ଅଜୟ ‘ତାନାଜୀ ମାଲୁସରେ’ଙ୍କ ଭୂମିକାରେ ଅଭିନୟ କରିଥିବାବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀବାଈ ମାଲୁସରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୧୭ତମ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ତାନାଜୀ, ଛତ୍ରପତି ଶାବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ। ସେ ଛତ୍ରପତି ଶାବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ।

ଏହି ଫିଲ୍ମଟିକୁ ଅଜୟ ଦେବଗନ୍‌ ଓ ଟି-ସିରିଜ୍‌ ମିଶି ପ୍ରଯୋଜନା କରୁଥିବା ବେଳେ ଓମ୍‌ ରାୱତ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ରେ ରିଲିଜ୍‌ ହେବ। କାଜୋଲ୍‌ ଓ ଅଜୟ ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ପରଦାକୁ ଏକାଠି ପେରୁଛନ୍ତି। ଶେଷଥର ପାଇଁ ଏମାନଙ୍କୁ ୨୦୦୮ରେ ଆସିଥିବା ଫିଲ୍ମ ‘ଟୁନ୍‌ପୁର୍‌’ରେ ଏକାଠି ଦେଖିବାକୁ ମିଳିଥିଲା। ଏମାନେ ଏକାଠି ‘ପ୍ୟାର୍‌ କିୟା ତୋ ଡରନା କ୍ୟା’, ‘ଇଶ୍କ’, ‘ହଲ୍‌ଚଲ୍‌’, ‘ଦିଲ୍‌ କ୍ୟା କରେ’ ଓ ‘ରାଜୁ ଚାଚା’ପରି ହିଟ୍‌ ଫିଲ୍ମ ଦେଇଛନ୍ତି। ତେଣୁ ଏହି ଫିଲ୍ମରେ ମଧ୍ୟ ଦର୍ଶକ ଦୁହିଁଙ୍କୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ, ଏହା ଅଜୟ ଦେବଗନ୍‌ଙ୍କର ୧୦୦ତମ ଫିଲ୍ମ।



from Odisha Reporter https://ift.tt/32R4aPa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages