ଆସନ୍ତାବର୍ଷ ପୁଣି ଏକାଠି ଆସିବେ ସଞ୍ଜୟ ଓ ଅର୍‌ଶଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଆସନ୍ତାବର୍ଷ ପୁଣି ଏକାଠି ଆସିବେ ସଞ୍ଜୟ ଓ ଅର୍‌ଶଦ୍‌

ମୁମ୍ବାଇ: ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମୁନ୍ନା ଭାଇ ଏମ୍‌ବିବିଏସ୍’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ ସଞ୍ଜୟ ଦତ୍ତ ଓ ଅର୍‌ଶଦ୍ ୱାର୍ସିଙ୍କ ଯୋଡ଼ି। ଏଥିରେ ସଞ୍ଜୟ ‘ମୁନ୍ନା ଭାଇ’ ଭୂମିକାରେ ଅଭିନୟ କରିଥିବା ବେଳେ ଅର୍‌ଶଦ୍ ’ସର୍କିଟ୍’ ଭୂମିକାରେ ଅଭିନୟ କରିଥିଲେ। ଦୁହେଁ ଏଥିରେ ଚମତ୍କାର ଅଭିନୟ କରିଥିଲେ। ଏହି କମାଲ ପୁଣି ଥରେ ଦେଖିବାକୁ ମିଳିଥିଲା ୨୦୦୬ରେ ରିଲିଜ୍ ହୋଇଥିବା ‘ଲଗେ ରହୋ ମୁନ୍ନା ଭାଇ’ ଫିଲ୍ମରେ। ଏଥିରେ ବି ଦୁହେଁ ‘ମୁନ୍ନା ଭାଇ’ ଓ ‘ସର୍କିଟ୍’ ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେମାନେ ‘ଧମାଲ’, ‘ଧମାଲ ୨’ ସହିତ ଆଉ କିଛି ଫିଲ୍ମରେ ଏକାଠି ଅଭିନୟ କରିଥିଲେ। ତେବେ ଯଦି ସବୁ ଠିକ୍‌ଠାକ୍ ଚାଲେ, ତା’ହେଲେ ଆସନ୍ତାବର୍ଷ ପୁଣି ଏହି ଯୋଡ଼ିକୁ ଏକାଠି ପରଦାରେ ଦେଖିବାକୁ ମିଳିବ। ତେବେ ଏହା ‘ମୁନ୍ନା ଭାଇ’ ସିରିଜ୍‌ର ନୂଆ ଫିଲ୍ମ ନୁହେଁ। ଏହା ଏକ ଭିନ୍ନ ପ୍ରୋଜେକ୍ଟ।

ଏକ ଇଂରାଜୀ ଖବର କାଗଜକୁ ଅର୍‌ଶଦ୍ ଦେଇଥିବା ସୂଚନା ଅନୁଯାୟୀ, ସଞ୍ଜୟ ଓ ସେ ଆସନ୍ତାବର୍ଷ ଏକାଠି ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏହା ହେଉଛି ସାଜିଦ୍ ଓ ଫର୍‌ହାଦଙ୍କ ଏକ ପ୍ରୋଜେକ୍ଟ। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ପରଦାକୁ ଆସିବ।

ଏ ଫିଲ୍ମ ସମ୍ପର୍କରେ ଆହୁରି ସୂଚନା ଦେଇ ଅର୍‌ଶଦ୍ କହିଛନ୍ତି ଯେ ଏଥିରେ ସଞ୍ଜୟ ଜଣେ ଅନ୍ଧ ଡନ୍‌ ଭୂମିକାରେ ଅଭିନୟ କରିବେ। ସେହିପରି ସେ ତାଙ୍କ ମାର୍ଗଦର୍ଶକ ଭୂମିକାରେ ଅଭିନୟ କରିବେ। ସବୁଠୁ ମଜାଦାର କଥା ହେଉଛି ସଞ୍ଜୟ ଅନ୍ଧ ବୋଲି ଫିଲ୍ମରେ କେହି ଜାଣି ନଥିବେ।

ୟା ଭିତରେ ଏହା ବି ଚର୍ଚ୍ଚା ହେଉଛି ଯେ ‘ମୁନ୍ନା ଭାଇ’ ସିରିଜ୍‌ର ତୃତୀୟ ଫିଲ୍ମକୁ ରଦ୍ଦ କରି ଦିଆଯାଇଛି। କାରଣ ଫିଲ୍ମର କାହାଣୀ ନିର୍ମାତାଙ୍କୁ ଏତେ ଦମଦାର୍‌ ଲାଗିଲା ନାହିଁ। ତେବେ ଆଗକୁ ଯଦି ନୂଆ ଭଲ କାହାଣୀ ଲେଖା ହୁଏ, ତା’ହେଲେ ପୁଣି ଏ ସିରିଜ୍ ଆଗକୁ ବଢ଼ିବ।

ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ପାନିପତ୍‌’ରେ ପ୍ରୋମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସେହିପରି ଅର୍‌ଶଦ୍‌ ତାଙ୍କ ଫିଲ୍ମ ‘ପାଗଲପନ୍ତି’ର ପ୍ରୋମୋସନରେ ବ୍ୟସ୍ତ ଅଛନ୍ତି।

 

 



from Odisha Reporter https://ift.tt/2JZ1kkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages