ହାତୀଙ୍କୁ ରାସ୍ତା ଛାଡ଼ୁ ନାହାନ୍ତି ଚାଷୀ, ଚିନ୍ତାରେ ବନ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ହାତୀଙ୍କୁ ରାସ୍ତା ଛାଡ଼ୁ ନାହାନ୍ତି ଚାଷୀ, ଚିନ୍ତାରେ ବନ ବିଭାଗ

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୨ ଟିକିଆ ହାତୀପଲଙ୍କ ଉତ୍ପାତ। ଗତ ଅଗଷ୍ଟ ଓ ସେପ୍ଟେମ୍ୱର ମାସରେ ପାଖାପାଖି ୫୦ ଦିନ ଉତ୍ପାତ କରି ପଡ଼ୋଶୀ କେନ୍ଦୁଝର ଜିଲ୍ଲାକୁ ହାତୀପଲ ଚାଲି ଯାଇଥିଲେ। ହେଲେ ସପ୍ତାହେ ହେବ ପୁଣି ସେମାନେ କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି।

ଏବେ ଧାନ ଅମଳ ସମୟ ହୋଇଥିବାରୁ ଲୋକେ ଜମି ଦେଇ ହାତୀପଲଙ୍କୁ ଯିବାକୁ ଦେଉ ନାହାନ୍ତି। କିଛି ସ୍ଥାନରେ ଲୋକେ ହାତୀଙ୍କୁ ଗୋଡ଼ାଇ ପିଟାପିଟି କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହେଲେ ଭାଇରାଲ୍ ଭିଡିଓ ଭୁଲ୍ ବୋଲି ଗାଁ ଲୋକେ କହିଛନ୍ତି। ହାତୀ ଘଉଡ଼ାଇବା ନେଇ ବନ ବିଭାଗ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ କିଛି ପିଲାଙ୍କୁ ଆଣିଛି, ସେହିମାନେ ହିଁ ହାତୀମାନଙ୍କୁ ପିଟାପିଟି କରୁଥିବା ଗାଁ ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ଗାଁ ଲୋକେ ରାସ୍ତା ଛାଡ଼ୁ ନଥିବାରୁ ହାତୀପଲଙ୍କୁ ଘଉଡ଼ାଇବା ନେଇ ବନ ବିଭାଗ ଅସୁବିଧାର ସମ୍ମୁଖୀନ ହେଉଛି।  ଏନେଇ ବନ ବିଭାଗ ପୁଲିସର ସହାୟତା ମାଗିଛି। ବର୍ତ୍ତମାନ ହାତୀପଲ ଶିରୋମଣିପୁର ସଂରକ୍ଷିତ ଜଙ୍ଗଲରେ ଥିବା ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି।



from Odisha Reporter https://ift.tt/2PU5puc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages