ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜୟପୁର (ଟି. ଗୌରିଶଙ୍କର) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ୍‌ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣା ଦେଇ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି। ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମୃତକଦ୍ୱୟ ନାବାଳକନାବାଳିକା ବୋଲି ଜଣାପଡ଼ିଛି।

ନାବାଳିକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କାଲି ରାତି ୯ଟାରେ ପୁଅ ଘରୁ ବାହାରି ଆଉ ଘରକୁ ଫେରି ନଥିଲା। ଆଜି ସକାଳୁ ସକାଳୁ କିଛି ଗାଈ ଚରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ବୋରିଗୁମ୍ମା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ୍‌ କହିଛି।



from Odisha Reporter https://ift.tt/33V07ml

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages