ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କଲେ ଏକ୍‌ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କଲେ ଏକ୍‌ତା

ମୁମ୍ବାଇ: ପୁଣି ଥରେ ଗ୍ଲାମର୍‌, ରୋମାନ୍ସ, ଆକ୍ସନ  ଓ ପ୍ରତିଶୋଧର କାହାଣୀ ସହ ପ୍ରସ୍ତୁତ ହୋଇଯାଇଛି ଟେଲିକୁଇନ୍‌ ଏକ୍‌ତା କପୁରଙ୍କ ହିଟ୍‌ ସିରିଜ୍ ନାଗିନ୍‌’। ଖୁବ୍‌ଶୀଘ୍ର ଟିଭି ପରଦାରେ ନାଗିନ୍‌ -୪’ ଆରମ୍ଭ ହେବାକୁ ଯାଉଛି। ଏଥିରେ ଟିଭିର ବୋଲ୍ଡ ଗର୍ଲ ନିୟା ଶର୍ମା ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ଏକତା ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଏବେ ସେ ଦ୍ୱିତୀୟ ଲିଡ୍‌ ଅଭିନେତ୍ରୀଙ୍କ ନା ମଧ୍ୟ ଘୋଷଣା କରିଦେଇଛନ୍ତି।

ଅନେକ ଦିନ ହେବ ସିରିଏଲ୍‌ର ଦ୍ୱିତୀୟ ଲିଡ୍‌ ନାୟିକା ଖୋଜା ଚାଲିଥିଲା। ଚର୍ଚ୍ଚା ହେଉଥିଲା ଯେ ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ’ ଏହି ଚରିତ୍ରରେ ଅଭିନୟ କରିବେ। ହେଲେ ପରେ ଏହା କେବଳ ଗୁଜବ ବୋଲି ପ୍ରମାଣିତ ହୋଇଥିଲା। ଅଙ୍କିତାଙ୍କ ପୂର୍ବରୁ ‘ନାଗିନ୍‌-୪’ ପାଇଁ କ୍ରିଷ୍ଟଲ୍‌ ଡି’ସୌଜାଙ୍କୁ ଫାଇନାଲ କରାଯାଇଥିଲା। ହେଲେ କୌଣସି କାରଣରୁ ସେ ଏଥିରେ ସାମିଲ ହୋଇପାରିଲେ ନାହିଁ।

ତେବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକତା ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କରିଦେଇଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ଜସ୍ମିନ୍ ଭାସିନ୍। ଏକ୍‌ତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶୋର ଏକ ପ୍ରୋମୋ ଶେଆର କରି ଲେଖିଛନ୍ତି ଆପଣଙ୍କୁ ନାଗିନ୍‌ ଦୁନିଆରେ ସ୍ୱାଗତ ଜସ୍ମିନ୍।

ନୂଆ ପ୍ରମୋରେ ଜସ୍ମିନ୍‌ ଟ୍ରାଡିନାଲ୍‌ ଲୁକ୍‌ରେ ନଜର ଆସିଛନ୍ତି। କୁହାଯାଉଛି ଯେ ନିୟା ଓ ଜସ୍ମିନଙ୍କ ବ୍ୟତୀତ ଏହି ସିରିଏଲ୍‌ରେ ଶାୟନ୍ତନୀ ଘୋଷ ମଧ୍ୟ ନଜର ଆସିବେ। ସେ ଏହି ସିରିଏଲ୍‌ରେ ନେଗେଟିଭ ଚରିତ୍ରରେ ନଜର ଆସିବେ। ସିରିଏଲଟି ଡିସେମ୍ବର ୭ରୁ ଆରମ୍ଭ ହେବ।

 



from Odisha Reporter https://ift.tt/2qZC5Ia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages