ଶାଓମି ଲଞ୍ଚ୍ କଲା Mi Air Purifier 3 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଶାଓମି ଲଞ୍ଚ୍ କଲା Mi Air Purifier 3

ନୂଆଦିଲ୍ଲୀ: ଶାଓମି ଏକ ନୂଆ ଏୟାର ପ୍ୟୁରିଫାୟର୍‌ ଲଞ୍ଚ୍ କରିଛି। ଏହାର ନାଁ ରଖିଛି Mi Air Purifier 3।  କିଛିଦିନ ତଳେ କମ୍ପାନୀ Mi Air Purifier 2C ଲଞ୍ଚ କରିଥିଲା।  Mi Air Purifier 3 ହେଉଛି ଏହାର ଅପ୍‌ଗ୍ରେଡ୍‌ ଭର୍ସନ୍‌। କମ୍ପାନୀର କହିବା ମୁତାବକ, ଏହି ନୂଆ ପ୍ୟୁରିଫାୟର୍‌ରେ ଅନେକ କିଛି ଇମ୍ପ୍ରୁଭମେଣ୍ଟ କରାଯାଇଛି ଓ କିଛି ନୂଆ ଫିଚର ମଧ୍ୟ ସାମିଲ୍‌ କରାଯାଇଛି।

କମ୍ପାନୀର କହିବା ମୁତାବକ ଏହି ପ୍ୟୁରିଫାୟରରେ HEPA Class 13 ଫିଲ୍ଟର ଦିଆଯାଇଛି, ଯାହାକି ଘର ଭିତରର ବାୟୁ ପ୍ରଦୂଷଣକୁ ୯୯.୯୯ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବ। ଏହାର ମୂଲ୍ୟ କମ୍ପାନୀ ୯ ହଜାର ୯୯୯ ଟଙ୍କା ରଖିଛି। Mi Air Purifier 3ର ବିକ୍ରି  ନଭେମ୍ବର ୭ରୁ ଅର୍ଥାତ୍ ଆଜିଠାରୁ ଶାଓମିର ଅଫିସିଆଲ୍‌ ୱେବସାଇଟ୍‌ରେ ଆରମ୍ଭ ହୋଇଛି। ଆମାଜନ୍‌ ଓ  ଫ୍ଲିପ୍‌କାର୍ଟ ପରି ଅନ୍ୟ ଇ-କମର୍ସ ୱେବ୍‌ସାଇଟ୍‌ରେ ବି ଏହାର ବିକ୍ରି ଆରମ୍ଭ ହେବ। ଏହା ସହ କମ୍ପାନୀ Mi Air Purifier 2C ଓ ଅନ୍ୟ ପ୍ୟୁରିଫାୟର୍‌ଗୁଡ଼ିକର ବିକ୍ରି ମଧ୍ୟ ଜାରି ରଖିବ।

ଫିଚର:

  • Mi Air Purifier 3ରେ ଟ୍ରିପଲ୍ ଫିଲ୍ଟରେସନ୍ ଟେକ୍ନୋଲୋଜି ଦିଆଯାଇଛି। ଏହା ଦୂଷିତ ବାୟୁକୁ ପ୍ୟୁରିଫାଇ କରିଥାଏ।
  • HEPA Class 13 ଫିଲ୍ଟର ସହ ଆକ୍ଟିଭେଟେଡ୍‌ କାର୍ବନ ଫିଲ୍ଟର ମଧ୍ୟ ଦିଆଯାଇଛି।
  • ଏହା ୩୮୦ କ୍ୟୁବିକ୍ ମିଟର ପ୍ରତି ଘଣ୍ଟା ବେଗରେ CADR (କ୍ଲିନ୍ ଏୟାର ଡେଲିଭରି ରେଟ୍) ଡେଲିଭର କରେ।-
  • ଏହି ପ୍ୟୁରିଫାୟରକୁ ଗୁଗଲ ଆସିଷ୍ଟାଣ୍ଟ ଓ Amazon Alexa ସହ ମଧ୍ୟ କନେକ୍ଟ କରିହେବ।

 

 

 



from Odisha Reporter https://ift.tt/36Gw03W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages