Redmi Note 8 Proର ବିକ୍ରି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

Redmi Note 8 Proର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଶାଓମିର ପ୍ରଥମ ୬୪ ମେଗାପିକ୍ସେଲ ବାଲା ଫୋନ୍‌ Redmi Note 8 Proର ବିକ୍ରି ଆଜିଠୁ ଆରମ୍ଭ ହୋଇଯାଇଛି। ଏହି ଫୋନ୍‌ଟି ଗତ ଅକ୍ଟୋବର ୧୬ରେ ଲଞ୍ଚ୍ ହୋଇଥିଲା। ଆଜି ଦିନ ୧୨ଟାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକ ଏହାକୁ ଆମାଜନ୍‌ ଇଣ୍ଡିଆ ଓ ଶାଓମିର ଅଫିସିଆଲ୍‌ ସାଇଟ୍‌ରୁ କିଣିପାରିବେ।

Redmi Note 8 Proର ୬ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜର ମୂଲ୍ୟ ୧୪ ହଜାର ୯୯୯ ଟଙ୍କା, ୬ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୧୫ ହଜାର ୯୯୯ ଟଙ୍କା ଏବଂ ୮ଜିବି ରାମ୍ ଓ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୭ ହଜାର ୯୯୯ ଟଙ୍କା ରଖାଯାଇଛି।

ଏଥିରେ ସେଲ୍‌ ଅଫର୍‌ ମଧ୍ୟ ରହିଛି। ଯଦି ଆପଣ ଆକ୍ସିସ୍‌ ବ୍ୟାଙ୍କର କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ଼ରେ ଫୋନ୍‌ଟିକୁ କିଣିବେ, ତା’ହେଲେ ଆପଣଙ୍କୁ ୧୦ ପ୍ରତିଶତ ଡିସ୍‌କାଉଣ୍ଟ୍‌ ମିଳିବ। ସେହିଭଳି ଏୟାରଟେଲ୍‌ ତରଫରୁ ୨୪୯ ଟଙ୍କା ଓ ୩୪୯ ଟଙ୍କା ବାଲା ପ୍ଲାନ୍‌ରେ ଡବଲ ଡାଟା ଅଫର୍‌ ଦିଆଯିବ। ଏଥିସହ ଗ୍ରାହକଙ୍କୁ ଏହି ଫୋନ୍‌ରେ ନୋ କଷ୍ଟ EMର ଲାଭ ମଧ୍ୟ ମିଳିବ।

Redmi Note 8 Proର ଫିଚର୍:

ଡିସ୍‌ପ୍ଲେ ସାଇଜ୍‌: ୬.୫୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, 1080×2340 ପିକ୍ସେଲ୍

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ

ପ୍ରୋସେସର୍: ମିଡିଆଟେକ୍ ହିଲିଓ G90T

ରାମ୍: 6 GB/ 8GB

ଷ୍ଟୋରେଜ୍: 64 GB/ 128 GB

କଲର ଅପ୍‌ସନ୍‌: ହାଲୋ ହ୍ୱାଇଟ୍, ଗାମା ଗ୍ରୀନ୍ ଓ ଶାଡୋ ବ୍ଲାକ୍

ରିୟର କ୍ୟାମେରା: 64MP+8MP+2MP+2MP

ଫ୍ରଣ୍ଟକ୍ୟାମେରା: 20 MP

ବ୍ୟାଟେରୀ: 4500mAhର ବ୍ୟାଟେରୀ ସହ ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ

 



from Odisha Reporter https://ift.tt/32H4Jeg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages