ନୂଆଦିଲ୍ଲୀ: ଚାଇନିଜ୍ ମୋବାଇଲ୍ କମ୍ପାନୀ ଶାଓମି ନିକଟରେ Redmi Note 8 ଲଞ୍ଚ୍ କରିଥିଲା। ଏବେ ସେ ଏହାର ଆଉ ଏକ ନୂଆ ଭ୍ୟାରିୟାଣ୍ଟ ଲଞ୍ଚ୍ କରିଛି। କମ୍ପାନୀ Redmi Note 8ର ନୂଆ କସ୍ମିକ ପର୍ପଲ କଲର୍ ଭ୍ୟାରିୟାଣ୍ଟ ଲଞ୍ଚ୍ କରିଛି। ଏହି ଫୋନ୍ଟି ନିକଟରେ ଚୀନ୍ରେ ଲଞ୍ଚ ହୋଇଥିବା ନେବୁଲା ପର୍ପଲ କଲର୍ ଭ୍ୟାରିୟାଣ୍ଟ ସହ ପାଖାପାଖି ମିଶିଯାଉଛି।
Redmi Note 8ର ଏହି ନୂଆ କଲର୍ ଭ୍ୟାରିୟାଣ୍ଟ ସମ୍ପର୍କରେ କମ୍ପାନୀ ନିଜର ଅଫିସିଆଲ୍ ଟ୍ୱିଟର୍ ହାଣ୍ଡେଲ୍ ଜରିଆରେ ସୂଚନା ଦେଇଛି। ଅଳ୍ପ ସମୟର ଏକ ଭିଡିଓ ପୋଷ୍ଟ କରି କମ୍ପନୀ ଏହି ନୂଆ କଲର୍ ଭ୍ୟାରିୟାଣ୍ଟ ଲଞ୍ଚ୍ ବିଷୟରେ ସୂଚନା ଦେବା ସହ ଭାରତରେ ଏହାର ବିକ୍ରି ଆସନ୍ତାକାଲି ଠାରୁ ହେବ ବୋଲି ସୂଚନା ଦେଇଛି। ଗ୍ରାହକ ଏହି ନୂଆ ଭ୍ୟାରିୟାଣ୍ଟକୁ ଆସନ୍ତାକାଲି ମଧ୍ୟାହ୍ଣ ୧୨ଟା ପରେ ଶାଓମିର ଅଫିସିଆଲ୍ ୱେବ୍ସାଇଟ୍ ଓ ଆମାଜନ୍ ଇଣ୍ଡିଆ ସାଇଟ୍ରୁ କିଣିପାରିବେ।
For those who love to own everything colourful. It's time to add a purple twist! Check this space tomorrow.
Can you guess what it's going to be? #BlackFridaySale pic.twitter.com/Om60fPZkLL
— Redmi India for #MiFans (@RedmiIndia) November 26, 2019
Redmi Note 8ର ବେସ୍ ଭ୍ୟାରିୟାଣ୍ଟ ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ମୂଲ୍ୟ ୯ ହଜାର ୯୯୯ ହୋଇଥିବାବେଳେ ୬ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର ମୂଲ୍ୟ ୧୨ ହଜାର ୯୯୯ ଟଙ୍କା ରଖାଯାଇଛି। ନୂଆ କ୍ସମିକ୍ ପର୍ପଲ କଲର ଭ୍ୟାରିୟାଣ୍ଟ ବ୍ୟତୀତ ଏହି ଫୋନ୍ଟି ଗ୍ରାହକଙ୍କୁ ମୁନ୍ଲାଇଟ୍ ହ୍ୱାଇଟ୍, ନେପ୍ଚୁନ୍ ବ୍ଲୁ ଓ ସ୍ପେସ୍ ବ୍ଲାକ୍ କଲର ଅପ୍ସନ୍ରେ ମିଳିବ। ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ଶାଓମିର ବ୍ଲାକ୍ଫ୍ରାଇଡେ ସେଲ୍ ମଧ୍ୟ ଆରମ୍ଭ ହେଉଛି। ଏଥିରେ ଏହି ଫୋନ୍ ଉପରେ ଆପଣଙ୍କୁ ଆକର୍ଷଣୀୟ ଅଫର୍ ମଧ୍ୟ ମିଳିପାରେ। ଏହି ସେଲ୍ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ହେବ।
Redmi Note 8ର ଫିଚର୍:
ଡିସ୍ପ୍ଲେ ସାଇଜ୍: ୬.୩ ଇଞ୍ଚ୍
ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି, 1080×2340 ପିକ୍ସେଲ୍ନ୍, ୱିଥ୍ ଗରିଲା ଗ୍ଲାସ୍
ଆଣ୍ଡ୍ରଏଡ୍ ଭର୍ସନ: MIUI 10 ଆଣ୍ଡ୍ରଏଡ୍ 9 ପାଇ
ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ 665
ରାମ୍: 4 GB ଓ 6 GB
ଷ୍ଟୋରେଜ୍: 64 GB ଓ 128 GB
ରିୟର କ୍ୟାମେରା: 48 MP + 8MP + 2MP + 2MP
ଫ୍ରଣ୍ଟ୍ କ୍ୟାମେରା: 13 MP
ବ୍ୟାଟେରୀ: 4000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ
from Odisha Reporter https://ift.tt/2XUaKDD
No comments:
Post a Comment