କୋଣାର୍କ(ସଞ୍ଜୟ ପତି): ଗତକାଲିଠୁ ନିଖୋଜ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଆଜି ଦେବୀ ନଦୀରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗ୍ରାମର ରୁବିନା ସେଠୀ । ତାଙ୍କ ମୃତଦେହ ଆଜି ସକାଳୁ ଦେବୀ ନଦୀରୁ ଉଦ୍ଧାର ହୋଇଛି । ରୁବିନାକୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କାକଟପୁର ପୁଲିସ୍ ଘଟଣାର ତଦନ୍ତ କରି ଜଣକୁ ଅଟକ ରଖିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।
ଗତ ସନ୍ଧ୍ୟାରୁ ରୁବିନା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ନ ପାଇବାରୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ମୋବାଇଲ ଯାଞ୍ଚ ପରେ ରୁବିନା ସ୍ଥାନୀୟ ଅଞ୍ଚଳରେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସଦାଶିବ ଜେନା ନାମକ ଯୁବକ ସହ ଗତକାଲି ବହୁଥର କଥା ହୋଇଥିବା ଜଣାପଡିଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ସଦାଶିବର ସମ୍ପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପୁଲିସ୍ ସଦାଶିବକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ସମ୍ପର୍କରେ କାକଟପୁର ପୁଲିସ୍ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।
from Odisha Reporter https://ift.tt/2LqMiop
No comments:
Post a Comment