ଭୟଙ୍କର: ଜାମିନରେ ଆସି ପୀଡ଼ିତାଙ୍କୁ ଜୀଅନ୍ତା ଜାଳିଲା ‘ରେପିଷ୍ଟ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଭୟଙ୍କର: ଜାମିନରେ ଆସି ପୀଡ଼ିତାଙ୍କୁ ଜୀଅନ୍ତା ଜାଳିଲା ‘ରେପିଷ୍ଟ’!

ଉନ୍ନାଓ: ଯେଉଁ ଯୁବତୀଙ୍କୁ ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରି ଜେଲ ଯାଇଥିଲା। ଏବେ ସେହି ଯୁବତୀଙ୍କ ସହ ଜାମିନ୍‌ରେ ମୁକୁଳି ଭୟଙ୍କର କାଣ୍ଡ ଘଟାଇଛି ଜଣେ ଅଭିଯୁକ୍ତ ଦୁଷ୍କର୍ମକାରୀ। ଜାମିନରେ ମୁକୁଳିବା ପରେ ସେ ପୀଡ଼ିତାଙ୍କ ଉପରେ କିରାସିନ୍‌ ଢାଳି ଜୀଅନ୍ତା ଜାଳି ଦେଇଛି। ଏଥିରେ ପୀଡ଼ିତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଛି। ଏବେ ସେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଏହି ଘଟଣା ପୁଣିଥରେ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ୫ ଜଣ ଯୁବକ ଏହି ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ। ଆଜି ଭୋରରୁ ପୀଡ଼ିତା ଜଣଙ୍କ ରାଏବରେଲୀ ଯାଉଥିଲେ।

ଏହି ସମୟରେ ଏମାନଙ୍କ ମଧ୍ୟରୁ ଜାମିନରେ ମୁକୁଳିଥିବା ଜଣେ ଅଭିଯୁକ୍ତ ଓ ତା’ର କିଛି ସହଯୋଗୀ ସେଠାରେ ପହଞ୍ଚି ପ୍ରଥମେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ପୀଡ଼ିତାଙ୍କୁ ନିକଟସ୍ଥ ଏକ ଧାନ କ୍ଷେତକୁ ନେଇ କିରାସିନ୍‌ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଥିବା ସିନ୍ଦୁପୁରା ଗାଁରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ପୀଡ଼ିତା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିବା ୫ ଜଣଙ୍କ ମଧ୍ୟରେ ଗାଁର ପ୍ରଧାନଙ୍କ ପୁଅ ରହିଛି। ମାର୍ଚ୍ଚ ୪ରେ ପୀଡ଼ିତା ଏହି ଏଫଆଇଆର ରୁଜୁ କରିଥିଲେ। ତେଣୁ ଏହା ପଛରେ ତାଙ୍କ ହାତ ରହିଥିବା କୁହାଯାଉଛି।

ଆଜିର ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗତକାଲି ସ୍ୱରାଷ୍ଟ ମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମିଛ ବୟାନ ଦେଇଥିଲେ। ପ୍ରତିଦିନ ଏମିତି ଘଟଣା ଦେଶବାସୀଙ୍କ ମଧ୍ୟରେ କ୍ରୋଧ ଜାଗ୍ରତ କରୁଛି। ବିଜେପି ନେତାମାନେ ମିଥ୍ୟାର ପ୍ରଚାର କରିବା ବନ୍ଦ କରନ୍ତୁ।”



from Odisha Reporter https://ift.tt/2Pi5YMa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages