ଜାତିସଂଘରେ ‘କଶ୍ମୀର’ ପ୍ରସଙ୍ଗ ଉଠାଇ ସେଲ୍ଫ ଗୋଲ୍‌ ଖାଇଲେ ପାକିସ୍ତାନ ଓ ଚୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ଜାତିସଂଘରେ ‘କଶ୍ମୀର’ ପ୍ରସଙ୍ଗ ଉଠାଇ ସେଲ୍ଫ ଗୋଲ୍‌ ଖାଇଲେ ପାକିସ୍ତାନ ଓ ଚୀନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଓ ଚାଇନା କଶ୍ମୀର ପ୍ରସଙ୍ଗରେ ନିଜର ଏଜେଣ୍ଡା ଉପସ୍ଥାପନ କରିବା ଦୁଇ ଦେଶ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଡିସେମ୍ୱର ୧୨ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଥିଲେ। କଶ୍ମୀରରେ ଭୟର ବାତାବରଣ ରହିଛି ଏବଂ ଦକ୍ଷିଣ ଏସିଆରେ ଅଶାନ୍ତି ବଢ଼ୁଥିବା ଉଲ୍ଲେଖ କରିଥିଲା ପାକିସ୍ତାନ। ତେବେ ଜାତିସଂଘରେ ପାକିସ୍ତାନ ହଠାତ୍ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଜାତିସଂଘରେ ସାମିଲ ଥିବା ଅନେକ ଦେଶ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ପାକିସ୍ତାନ ଯେଉଁ କୂଟନୀତିକ ଚାଲ୍ ଖେଳିବ ବୋଲି ଯୋଜନା କରିଥିଲା ତାହା ଏକ ପ୍ରକାର ଫସର ଫାଟିଛି।

ପାକିସ୍ତାନ ଯେଉଁ ଦିନ ଏହି ଚିଠି ଲେଖିଥିଲା ସେହି ଦିନ ଜାତିସଂଘ ନିରାପତ୍ତା ପରିଷଦରେ ଆନ୍ତଃଧାର୍ମିକ ଆଲୋଚନା ଏବଂ ଶାନ୍ତି ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ପାକିସ୍ତାନ, ଚୀନ ଓ ଅନ୍ୟାନ୍ୟ ଦେଶମାନେ ମିଶି ଦେଇଥିଲେ। ଜାତିସଂଘ ଏହି ପ୍ରସ୍ତାବରେ କରତାରପୁର କରିଡର ଖୋଲାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲା। ଏହାଦ୍ୱାରା ଆନ୍ତଃରଧାର୍ମିକ ଭାବନା ଏବଂ ସମ୍ମାନ ବଢ଼ିବା ସହିତ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଜାତିସଂଘ ମତ ରଖିଥିଲା। ଜାତିସଂଘରେ ସାମିଲ ଥିବା ଅନ୍ୟାନ୍ୟ ଦେଶ ମଧ୍ୟ ଭାରତ ଓ ପାକିସ୍ତାନ ସରକାର କରତାରପୁର କରିଡର ପ୍ରସଙ୍ଗରେ ଯେଉଁଭଳି ସହଯୋଗର ହାତ ବଢ଼ାଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଥିଲେ।

ତେବେ ପାକିସ୍ତାନ ଜାତିସଂଘର ଏହି ପ୍ରଶଂସାରେ ଅଧିକ ଉତ୍ସାହିତ ହୋଇ କଶ୍ମୀର ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରିବା ପାଇଁ ଡିସେମ୍ୱର ୧୨ରେ ଏକ ପ୍ରସ୍ତାବ ଦେଇଥିଲା। ଏଥିରେ ଜାତିସଂଘର ମହାସଚିବ ଏବଂ ଅନ୍ୟାନ୍ୟ ଦେଶ ହତବାକ୍ ହୋଇଥିଲେ। ଖାଲି ପାକିସ୍ତାନ ନୁହେଁ ଚୀନ ମଧ୍ୟ ୧୭ ଡିସେମ୍ୱରରେ ପାକିସ୍ତାନ ପାଇଁ ଓକିଲାତି କରିବାକୁ ଯାଇ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା। ହେଲେ ଏହି ପ୍ରସ୍ତାବ ବାବଦରେ ଆଲୋଚନା ପାଇଁ ଆବଶ୍ୟକ ଦେଶର ସମର୍ଥନ ଜୁଟାଇବାରେ ପାକିସ୍ତାନ ଓ ଚୀନ ବିଫଳ ହୋଇଥିଲେ।

ଫ୍ରାନ୍ସର କୂଟନୀତିଜ୍ଞ ଏ ବାବଦରେ କହିଛନ୍ତି, ପାକିସ୍ତାନ ଓ ଚୀନ କଶ୍ମୀର ପ୍ରସଙ୍ଗରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଦ୍ୱିପାକ୍ଷିକ। ଏଥିରେ ଜାତିସଂଘ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ସେହିପରି ପଶ୍ଚିମ ଦେଶ ଏବଂ ରୁଷର କୂଟନୀତିଜ୍ଞମାନେ ମଧ୍ୟ ସମାନ ପ୍ରସ୍ତାବ ରଖିଥିଲେ କଶ୍ମୀର ପ୍ରସଙ୍ଗରେ।

ଏହାବ୍ୟତୀତ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଯେଉଁ ଦେଶର କୂଟନୀତିଜ୍ଞଙ୍କ ସହିତ କଥା ହୋଇଥିଲା ସେହି ଦେଶମାନଙ୍କ ମଧ୍ୟରୁ ଦୁଇ ଜଣ କୂଟନୀତିଜ୍ଞ ନିଜର ମତ ରଖିଛନ୍ତି। ସେମାନେ କହିଛନ୍ତି ପାକିସ୍ତାନ ହଠାତ୍ କଶ୍ମୀର ପ୍ରସଙ୍ଗ ଉଠାଇବା ତାଙ୍କୁ ହତବାକ୍ କରିଛି। ଗୋଟିଏ ପଟେ କରତାରପୁର କରିଡର ନେଇ ଜାତିସଂଘ ପାକିସ୍ତାନକୁ ପ୍ରଶଂସା କରିଛି। କାରଣ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ଏକ ମୂଳ ଦୁଆ ପଡ଼ିଛି। ଅନ୍ୟପଟେ ଭାରତ ଯେଉଁ ପ୍ରସଙ୍ଗରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ କଡ଼ା ଜବାବ ଦେଇ ସାରିଛି, ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ସେହି ପ୍ରସଙ୍ଗ ଉଠାଇ କ’ଣ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେମାନେ କହିଛନ୍ତି।



from Odisha Reporter https://ift.tt/2SEHuAa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages