ସଲ୍‌ମାନ୍‌ଙ୍କୁ ସମାଲୋଚନା କଲେ କୋଏନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ସଲ୍‌ମାନ୍‌ଙ୍କୁ ସମାଲୋଚନା କଲେ କୋଏନା

ମୁମ୍ବାଇ: ‘ବିଗ୍ ବସ୍ ୧୩’ରୁ ବାହାରି ସାରିଥିବା ଅନ୍ୟତମ ପ୍ରତିଯୋଗୀ ତଥା ଅଭିନେତ୍ରୀ କୋଏନା ମିତ୍ରା ପୁଣି ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍‌ଙ୍କୁ ସମାଲୋଚନା କରିଛନ୍ତି। ଗତ ସପ୍ତାହରେ ‘ବିଗ୍‌ ବସ୍‌’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଅସୀମ ରିୟାଜଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଏହି ସମୟରେ ଅସୀମଙ୍କ ପରିବାର ଲୋକଙ୍କୁ ଆକ୍ଷେପ କରି ଖରାପ କଥା କହିଥିଲେ ସିଦ୍ଧାର୍ଥ। କିନ୍ତୁ ଏଥିପାଇଁ ‘ୱିକେଣ୍ଡ୍ କେ ବାର୍’ ଏପିସୋଡ୍‌ରେ ସଲ୍‌ମାନ୍‌ ତାଙ୍କୁ ଗାଳି କରି ନଥିଲେ କି କିଛି କହି ନଥିଲେ। ଏହା ଦେଖି କୋଏନା ରାଗି ଯାଇଛନ୍ତି ଓ ସଲ୍‌ମାନ୍‌ଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, “ସଲ୍‌ମାନ୍‌ ଖାନ୍ ପୁଣି ଥରେ ଭୁଲ୍ ପକ୍ଷକୁ ସମର୍ଥନ କରିଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଲା। ଅଲ୍‌ଭିରା ଓ ଅର୍ପିତା କିମ୍ବା ଅଙ୍କଲ୍‌ଙ୍କୁ ଯଦି କେହି କିଛି କହିବେ, ତା’ହେଲେ କ’ଣ ଆପଣ ଛାଡ଼ି ଦେବେ? କେଉଁ କଥା ଆପଣଙ୍କୁ ବାଧା ଦେଉଛି? କିଏ ଆପଣଙ୍କୁ ଅଟକାଉଛି?” ସୂଚନାଯୋଗ୍ୟ, ଅଲ୍‌ଭିରା ଓ ଅର୍ପିତା ହେଉଛନ୍ତି ସଲ୍‌ମାନ୍‌ଙ୍କ ଦୁଇ ଭଉଣୀ।

ଏହା ସହିତ ଏହି ଟ୍ୱିଟ୍‌ର ପ୍ରାରମ୍ଭରେ କୋଏନା ‘ବିବି’ ଘରେ ସିଦ୍ଧାର୍ଥ ଓ ଅସୀମଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବେଳର ଦୁଇ ତିନି ପଦ ମଧ୍ୟ ଲେଖିଛନ୍ତି। ଏଥିରେ ଲେଖାଯାଇଛି, ‘ତୋ ବାପା……… ଯାହାହେଉ’। ଏହା ପରେ ଅସୀମ କହିଛନ୍ତି, ତୁ ମୋ ପରିବାରକୁ କାହିଁକି ଗାଳି କରୁଛୁ? ଜବାବରେ ସିଦ୍ଧାର୍ଥ କହୁଛନ୍ତି ଯେ ସେମାନେ ଏଥିପାଇଁ ଯୋଗ୍ୟ।”

ଆପଣମାନଙ୍କର ବୋଧହୁଏ ମନେଥିବ ଯେ ଏହା ପୂର୍ବରୁ ବି ସଲ୍‌ମାନ୍ ଖାନ୍‌ଙ୍କ ଉପରେ ବର୍ଷିଥିଲେ କୋଏନା। ଶୋ’ରୁ ବାହାରିବା ପରେ ସେ ଲଗାତାର ଭାବେ ସଲ୍‌ମାନ୍‌ଙ୍କୁ ସମାଲୋଚନା କରିଆସୁଛନ୍ତି। ମଝିରେ ଶୁଣିବାକୁ ମିଳିଥିଲା ଯେ କୋଏନାଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ପୁଣି ଶୋ’ରେ ସାମିଲ କରାଯିବ। କିନ୍ତୁ ସେ ଲଗାତାର ସଲ୍‌ମାନ୍‌ଙ୍କୁ ସମାଲୋଚନା କରିବାରୁ ତାଙ୍କୁ ଆଉ ନିଆଯାଇ ନଥିଲା। ଏମିତିକି କିଛି ଦିନ ତଳେ କୋଏନା ଏକ ଟ୍ୱିଟ୍ କରି ‘ବିଗ୍ ବସ୍ ୧୩’ ଭାଗ ନେଇଥିବାରୁ ପଶ୍ଚାତାପ କରୁଥିବା ଲେଖିଥିଲେ।



from Odisha Reporter https://ift.tt/2Q7zANX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages