୪ ଦୁର୍ଘଟଣାରେ ଗୁରତର ହେଲେ ୭ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

୪ ଦୁର୍ଘଟଣାରେ ଗୁରତର ହେଲେ ୭ ଜଣ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ରବିବାର ଘଟିଥିବା ୪ଟି ପୃଥକ୍ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ରାଉରକେଲା STI ଫ୍ଲାଇ ଓଭରରେ ଅଟୋ ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ହୋଇ ୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗାନ୍ଧୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଭୟ କୁମାର ପ୍ରଧାନ ଏବଂ ତାଙ୍କ ପତ୍ନୀ ଆହତ ହୋଇଥିବା ବେଳେ ଉଭୟଙ୍କୁ ଆଇଜିଏଚ୍‌ରେ  ଭର୍ତ୍ତି କରାଯାଇଛି ।

ଅନ୍ୟ ଏକ ଘଟଣାରେ ୧୫ ନମ୍ବର ସେକ୍ଟର ଛକରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ବନ୍ଧମୁଣ୍ଡାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି । ବ୍ରାହ୍ମଣୀ ବ୍ରିଜ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି ।



from Odisha Reporter https://ift.tt/35rzV3g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages