ଗାଧୋଇବାକୁ ଯାଇ ସେଲ୍‌ଫି ନେବା ହେଲା କାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଗାଧୋଇବାକୁ ଯାଇ ସେଲ୍‌ଫି ନେବା ହେଲା କାଳ

ଯାଜପୁର(ଗୁଲାମ ଗସ୍‌): ସେଲ୍‌ଫି ନେବା ହେଲା କାଳ। ଗାଧୋଇବାକୁ ଯାଇ ସେଲ୍‌ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା  ଖରଶ୍ରୋତା ନଦୀର ତନ୍ତିଘାଇଠାରେ ।

ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ(୧୯) ଓ ସାଇସ୍ତା ବେଗମ(୧୭) ଗତକାଲି ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ଏବେବି ନିଖୋଜ ଅଛି ।

ସୂଚନାଯୋଗ୍ୟ ଯେ,  ସପ୍ତାହ ତଳେ ବାହା ହୋଇଥିବା ନାଜରିନ ବାପ ଘରକୁ  ବୁଲିବାକୁ ଆସିଥିଲେ । ହେଲେ ସେ  ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ ବୋଲି ସେ କେବେ କଳ୍ପନା ବି କରି ନ ଥିଲେ।



from Odisha Reporter https://ift.tt/2rPo54C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages