ରିଲିଜ୍‌ ପୂର୍ବରୁ ୧୫୫ କୋଟି ଆୟ କଲା ‘ଦବଙ୍ଗ ୩’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ରିଲିଜ୍‌ ପୂର୍ବରୁ ୧୫୫ କୋଟି ଆୟ କଲା ‘ଦବଙ୍ଗ ୩’

ମୁମ୍ବାଇ: ରିଲିଜ୍ ପୂର୍ବରୁ ରେକର୍ଡ କରିଛି ‘ଦବଙ୍ଗ ୩’। ଫିଲ୍ମଟି ପରଦା ଉପରକୁ ଆସିବା ଆଗରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି।

ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍‌ ରାଇଟ୍ସକୁ ଆମାଜନ୍‌ ପ୍ରାଇମ୍‌କୁ ୬୦ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ସ୍ୟାଟେଲାଇଟ୍‌ ରାଇଟ୍ସକୁ ୮୦ କୋଟି ଟଙ୍କାରେ ଜି’ ନେଟ୍‌ୱାର୍କକୁ ବିକ୍ରି କରିଛି। ଏହା ବ୍ୟତୀତ ଟି’ ସିରିଜ୍‌ ୧୫ କୋଟି ଟଙ୍କା ଦେଇ ଫିଲ୍ମର ମ୍ୟୁଜିକ୍‌ ରାଇଟ୍ସ କିଣିଛି।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ସଲ୍‌ମାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦବଙ୍ଗ’ର ତୃତୀୟ ପାର୍ଟ। ଏହା ପୂର୍ବରୁ ‘ଦବଙ୍ଗ’ର ଦୁଇଟି ଯାକ ପାର୍ଟ ସୁପର୍‌ହିଟ୍‌ ହୋଇଥିଲା। ‘ଦବଙ୍ଗ’ ସିରିଜ୍‌ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିରେ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍‌ ଖାନ୍‌ ଓ ସାଉଥ୍‌ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା।

ନିକଟରେ ପ୍ରଭୁ ଦେବା କହିଥିଲେ ଯେ ଏହି ଫିଲ୍ମଟି ହେଉଛି ଏକ ଟିପିକାଲ୍‌ ସଲ୍‌ମାନ୍‌ ଖାନ୍‌ ଫିଲ୍ମ। ଯେମିତି ଦର୍ଶକ ସଲ୍‌ମାନ୍‌ଙ୍କୁ ଦେଖିବାକୁ ଚାହୁଁଛନ୍ତି ଫିଲ୍ମରେ ତାଙ୍କ କ୍ୟାରେକ୍ଟରକୁ ସେମିତି ହିଁ ଦର୍ଶାଯାଇଛି। ସେ ଦାବି କରିଛନ୍ତି ଯେ ଏହା ‘ଦବଙ୍ଗ’ ସିରିଜ୍‌ର ପୂର୍ବ ଦୁଇଟି ଫିଲ୍ମ ଅପେକ୍ଷା ୧୦ ଗୁଣା ଅଧିକ ହିଟ୍‌ ହେବ। ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ।



from Odisha Reporter https://ift.tt/2Yt3XRP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages