ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗୌତମ ମହାନ୍ତି ଓ ଅଜିତ୍ ମହାନ୍ତି। ଉଭୟଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ।
ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ ଇଟାମୁଣ୍ଡିଆ ଗାଁର ଗୌତମ ଓ ଅଜିତ୍ ଗତକାଲି ରାତିରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ହାତୀକୋଟ ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଆଜି ଭୋର୍ ପ୍ରାୟ ସାଢ଼େ ତିନିଟା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ବାରିପଦା-ପ୍ରତାପପୁର ରାସ୍ତାର ଜ୍ୟୋତିପୁର ଠାରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ କୌଣସି ଗାଡ଼ି ସେମାନଙ୍କୁ ପଛରୁ ପିଟି ପଳାଇ ଯାଇଥିବା ଅନୁମାନ କରାଯାଉଛି। ପଛରେ ଆସୁଥିବା ସେମାନଙ୍କର ଆଉ ଦୁଇ ଜଣ ସାଙ୍ଗ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା। ପୁଲିସ୍ ଶବ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2Ps5003
No comments:
Post a Comment