ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଆନ୍ଧ୍ର ପ୍ରଦେଶର ଲୋକେ ବାଣ୍ଟିଲେ ଖାଦ୍ୟଶସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଆନ୍ଧ୍ର ପ୍ରଦେଶର ଲୋକେ ବାଣ୍ଟିଲେ ଖାଦ୍ୟଶସ୍ୟ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ବିରାଟ ପ୍ରଜାମେଳି ଦେଖିବାକୁ ମିଳିଛି। ସ୍ୱାଭିମାନ ଅଞ୍ଚଳର ଓରାପଦର ନିକଟରେ ଗତକାଲି ୫ ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ସ୍ୱାଭିମାନ ଅଞ୍ଚଳ ପ୍ରତି ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉ ନଥିବା ଓ ସବୁବେଳେ ଅବହେଳା କରି ଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ‘ହୁଡ୍‌ହୁଡ୍‌’ ହେଉ ବା ‘ତିତ୍‌ଲି’  କିମ୍ବା ବନ୍ୟା କେବେବି ଏହି ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ କ୍ଷତି ପୂରଣ ଦେଇ ନଥିବା ସ୍ୱାଭିମାନ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ‘ବିଛିନ୍ନାଞ୍ଚଳ ଜନ ବିକାଶ ମଞ୍ଚ’ ପକ୍ଷରୁ ଏହି ମେଳି  ଆୟୋଜିତ ହୋଇଥିଲା। ତେବେ ଏହି ମେଳିରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ବ୍ଲକର  ୧୦ଟି ପଞ୍ଚାୟତର ଲୋକେ ନିଜ ନିଜ ମଧ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ କରି ସ୍ୱାଭିମାନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମାଣ୍ଡିଆ ଓ ସୁଆଁ ଆଦି ବଣ୍ଟନ କରିଥିଲେ। ଏହା  ଓଡ଼ିଶା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଆଲୋଚନା ହେଉଛି।



from Odisha Reporter https://ift.tt/2LGBJ0y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages