ବର୍ଷେ ତିଷ୍ଠିଲାନି ବାହାଘର, ଅଲଗା ହେବାକୁ ଶ୍ୱେତା ଓ ରୋହିତଙ୍କ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ବର୍ଷେ ତିଷ୍ଠିଲାନି ବାହାଘର, ଅଲଗା ହେବାକୁ ଶ୍ୱେତା ଓ ରୋହିତଙ୍କ ନିଷ୍ପତ୍ତି

ମୁମ୍ବାଇ: ଗତବର୍ଷ ଡିସେମ୍ବର ୧୩ ତାରିଖରେ ବାହା ହୋଇଥିଲେ ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ। ତାଙ୍କ ବାହାଘର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହା ଥିଲା ଏକ ସିକ୍ରେଟ୍‌ ବାହାଘର। ପୂର୍ବରୁ କେହି ଏ ବିଷୟରେ ସାମାନ୍ୟତମ ସୂଚନା ପାଇ ନଥିଲେ। ତେବେ ତାଙ୍କର ଏହି ବାହାଘର ବର୍ଷେ ବି ତିଷ୍ଠିଲାନି। ବାହାଘରକୁ ବର୍ଷେ ପୂରିବାର ତିନି ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ସେ ଓ ତାଙ୍କ ସ୍ୱାମୀ ରୋହିତ ମିତ୍ତଲ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଶ୍ୱେତା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ୍ କରି ଏ କଥା ଘୋଷଣା କରିଛନ୍ତି। ଆଉ ଏହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। 

 

ଶ୍ୱେତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ ରୋହିତ ମିତ୍ତଲ ଓ ସେ ଆପୋଷ ବୁଝାମଣାରେ ପରସ୍ପରଠାରୁ ପୃଥକ ହେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ମାସ ଧରି ଗଭୀର ଚିନ୍ତା କରିବା ପରେ ସେମାନେ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଭାବେ ପରସ୍ପରର ମଙ୍ଗଳ ପାଇଁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସେ ଆହୁରି ଲେଖିଛନ୍ତି, ସବୁ ବହିର ଯେ ପ୍ରତିପୃଷ୍ଠା ପଢ଼ାଯିବ ସେମିତି କିଛି ନାହିଁ। ଏହାର ଅର୍ଥ ନୁହେଁ ଯେ ବହିଟି ଖରାପ କିମ୍ବା ଜଣେ ପଢ଼ିପାରିବ ନାହିଁ। କିଛି କାର୍ଯ୍ୟ ଅଛି ଯେଉଁଗୁଡ଼ିକୁ ଶେଷ ନ କଲେ ଭଲ। ଏହା ସହିତ ତାଙ୍କ ଜୀବନରେ କିଛି ଅଭୁଲା ସ୍ମୃତି ଭରି ଦେଇଥିବାରୁ ସେ ରୋହିତ ମିତ୍ତଲଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ତାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। 

ଗତବର୍ଷ ଡିସେମ୍ବର ୧୩ରେ ଶ୍ୱେତା ଓ ଫିଲ୍ମ ନିର୍ମାତା ରୋହିତ ମିତ୍ତଲଙ୍କ ବିବାହ ପୁନେର ଏକ ହୋଟେଲ୍‌ରେ ହୋଇଥିଲା। ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ସେମାନଙ୍କ ବାହାଘର ହୋଇଥିଲା। ଏ ବାହାଘର ସମ୍ପର୍କରେ କାହାକୁ ଜଣା ନଥିଲା। ଲୁଚିଛପି ସେମାନେ ବାହା ହୋଇଥିଲେ। ତେବେ ସୋଶାଲ୍‌ ମିଡିଆରେ ବାହାଘରର ଫଟୋ ଲିକ୍‌ ହୋଇଯାଇଥିଲା ଓ ଏହା ପରେ ଏହି ଖବର ଚାରିଆଡ଼େ ବ୍ୟାପୀ ଯାଇଥିଲା। ଶ୍ୱେତା ଏଭଳି ଲୁଚିଛପି ବାହାହେବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ମାସ ତଳେ ଶ୍ୱେତା ଓ ରୋହିତ ଛୁଟି କାଟିବାକୁ ଇଟାଲୀ ଯାଇଥିଲେ। ସେମାନଙ୍କର ସେଠାକାର କିଛି ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଗୁଡ଼ିକୁ ଦେଖି ସେମାନେ ବେଶ୍ ଖୁସି ଥିବା ଜଣାପଡ଼ୁଥିଲା। ତେଣୁ ଶ୍ୱେତାଙ୍କ ଗତକାଲିର ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ସୂଚନାଯୋଗ୍ୟ, ଫିଲ୍ମ ‘ମକ୍‌ଡ଼ୀ’ରେ ଅଭିନୟ କରି ଶ୍ୱେତା ବେଶ୍ ପ୍ରଶଂସା ସାଉଁଟି ଥିଲେ। ଏଥିରେ ସେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ସେହିପରି ‘ଇକ୍‌ବାଲ୍’ ଫିଲ୍ମରେ ମଧ୍ୟ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେବେ ଷ୍ଟାର୍‌ପ୍ଲସର ହିଟ୍‌ ଶୋ ‘ଚନ୍ଦ୍ର ନନ୍ଦିନୀ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ପରେ ସେ ଘରେ ଘରେ ପରିଚିତ ହୋଇଥିଲେ। ନିକଟରେ ସେ ଫିଲ୍ମ ‘ଦ ତାସ୍‌କେଣ୍ଟ ଫାଇଲ୍‌’ରେ ବି ନଜର ଆସିଥିଲେ। ଏହାପୂର୍ବରୁ ସେ ‘ବଦ୍ରିନାଥ କି ଦୁଲହନିଆ’, ‘ମର୍ଦ୍ କୋ ଦର୍ଦ୍ ନହିଁ ହୋତା’ ପରି ଫିଲ୍ମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ କିଛି ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।



from Odisha Reporter https://ift.tt/35ekfAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages