ଶର୍ଟ ଫିଲ୍ମ ଜରିଆରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସୁଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଶର୍ଟ ଫିଲ୍ମ ଜରିଆରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସୁଶାନ୍ତ

ଜୟପୁର(ଟି.ଗୌରୀ ଶଙ୍କର): ଶର୍ଟ ଫିଲ୍ମ ଜରିଆରେ ସମାଜକୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ କୁମୁଲିର ଆଦିବାସୀ ଯୁବକ ସୁଶାନ୍ତ ନାୟକ। ଆଜିକୁ ୩ ବର୍ଷ ହେଲା ସୁଶାନ୍ତ ଆଦିବାସୀ ଅଞ୍ଚଳରେ ମଦ ଯୋଗୁ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଶର୍ଟ ଫିଲ୍ମ ତିଆରି କରି ଆସୁଛନ୍ତି। ତା’ସହିତ ସେ କିଛି କମେଡି ଶର୍ଟ ଫିଲ୍ମ ବି ତିଆରି କରିଛନ୍ତି। ଏସବୁ ଆଦିବାସୀ ଭାଷାରେ ତିଆରି ହୋଇଥିବା ବେଳେ ଲୋକେ ଏଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି।

ସୁଶାନ୍ତ ୟୁଟ୍ୟୁବରେ ‘ମିଷ୍ଟର କୋରାପୁଟିଆ’ ନାମରେ ଏକ ଚ୍ୟାନେଲ୍‌ କରି ଏହିସବୁ ଶର୍ଟ ଫିଲ୍ମଗୁଡ଼ିକୁ ଅପଲୋଡ୍‌ କରିଛନ୍ତି। ତାଙ୍କୁ ଏହି କାମରେ ୧୦ରୁ ୧୨ ଜଣ ଯୁବକ ସାହାଯ୍ୟ କରୁଛନ୍ତି। ଏହି ଯୁବକ ମାନଙ୍କ ମଧ୍ୟରୁ କିଏ ଗ୍ରାଜୁଏସନ୍‌ ଶେଷ କରିଛି ତ ଆଉ କିଏ ମଜୁରୀ ଲାଗି ଚଳୁଛନ୍ତି ଏବଂ ଆଉ କିଏ ଅଟୋ ଚଲାଉଛନ୍ତି। କିନ୍ତୁ ସମସ୍ତେ ନିଜ ଖୁସିରେ ଆସି ଏହିସବୁ କାମ କରୁଛନ୍ତି। ଇତି ମଧ୍ୟରେ ସେମାନଙ୍କ ସହାୟତାରେ ସୁଶାନ୍ତ ୧୦ରୁ ଅଧିକ ଶର୍ଟ ଫିଲ୍ମ କରି ଲୋକଙ୍କୁ ସଚେତନ କରାଉଛନ୍ତି।

ସୁଶାନ୍ତ ନାୟକ କହିଛନ୍ତି, “ସମାଜକୁ ସଚେତନ କରିବା ପାଇଁ ମୁଁ ଏକ ଶର୍ଟ ଫିଲ୍ମ ’ମଦୁଆ ସଢ଼ି’ କରିଥିଲି। ଏହାକୁ ଲୋକେ ବହୁତ ପ୍ରଶଂସା କଲେ। ଭିଡିଓଟି ଭାଇରାଲ୍‌ ମଧ୍ୟ ହୋଇଥିଲା। ଆମ ଚ୍ୟାନେଲର ସକ୍‌ସ୍କ୍ରାଇବର ମଧ୍ୟ ବଢ଼ିଲେ। ଏହାପରେ ସମାଜକୁ ବାର୍ତ୍ତା ଦେଲା ଭଳି ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ଶର୍ଟ ମୁଭି ତିଆରି କରି ସାରିଲିଣି।”

କଳାକାର ପୁରୁଷୋତ୍ତମ ନାୟକ କହିଛନ୍ତି, “ଆମେ ବହୁତ ଜାଗାକୁ ଯାଇ ଶୁଟିଂ କରି ସାରିଛୁ। ମୁଁ ଅଟୋ ଚଲାଉଛି। ସମୟ ପାଇଲେ ଶୁଟିଂରେ ଯାଉଛି।”

ସୁଶାନ୍ତ ନିଜେ ହିଁ ତାଙ୍କ ଫିଲ୍ମର ସଂଳାପ ଲେଖନ୍ତି। ଆଉ ତାଙ୍କ ସବୁ ଶର୍ଟ ଫିଲ୍ମର ଶୁଟିଂ ପାଇଁ କୌଣସି ନାମୀଦାମୀ କ୍ୟାମେରା ନୁହେଁ, ମୋବାଇଲରେ ହୋଇଛି।  ଏହାପରେ ସୁଶାନ୍ତ ନିଜେ ଏଗୁଡ଼ିକର ଏଡିଟିଂ କରି ୟୁଟ୍ୟୁବରେ ଅପଲୋଡ୍‌ କରନ୍ତି।  ସେ ନିଜ ଖର୍ଚ୍ଚରେ ହିଁ ଏହିସବୁ ଶର୍ଟ ଫିଲ୍ମ ତିଆରି କରିଛନ୍ତି। ଏ କାମରେ ତାଙ୍କୁ ସାହାଯ୍ୟ କରୁଥିବା ଯୁବକମାନେ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶର୍ଟ ଫିଲ୍ମ ‘ଭକୁଆ ଡୁମା’, ‘ଉଦାର ଖାଉ’, ’ଜଙ୍ଗଲୀ ରାଜା’, ‘ହାପି ଦିବାଲି’ ଓ ‘ବିକ୍ରମ ବେତାଳ ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ସୁଶାନ୍ତ ଓ ଏହି ଯୁବକମାନଙ୍କ ଏପରି ନିଆରା ପ୍ରୟାସକୁ ସାଧୁବାଦ ଦେଇଛନ୍ତ ବୁଦ୍ଧିଜୀବୀ।

ବୁଦ୍ଧିଜୀବୀ ଧୀରେନ୍‌ ମୋହନ ପଟ୍ଟନାୟକ କହିଛନ୍ତି, ‘ମିଷ୍ଟର କୋରାପୁଟିଆ’ ଗ୍ରୁପର୍‌ ପିଲାମାନେ ବହୁତ ବଢ଼ିଆ ଶର୍ଟ ଫିଲ୍ମ ତିଆରି କରୁଛନ୍ତି। ପାଠ କମ୍ ପଢ଼ିଥିଲେ ମଧ୍ୟ ଏଡିଟିଙ୍ଗ୍‌ ଓ ମ୍ୟୁଜିକ୍ ବଢ଼ିଆ ହେଉଛି। ଏମିତିକି ସେମାନେ ଲେଖୁଥିବା ବାର୍ତ୍ତା ବହୁତ ସୁନ୍ଦର ହେଉଛି।



from Odisha Reporter https://ift.tt/2EfXz7c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages