ଜେନିଫରଙ୍କୁ ବଞ୍ଚାଇ ଦେଲେ ଶିବିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଜେନିଫରଙ୍କୁ ବଞ୍ଚାଇ ଦେଲେ ଶିବିନ୍

ମୁମ୍ବାଇ: ଆରମ୍ଭ ହୋଇଯାଇଛି ସିରିଏଲ୍‌ ‘ବେହଦ-୨’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌। ତାଙ୍କ ବିପକ୍ଷରେ ଅଛନ୍ତି ଶିବିନ ନାରଙ୍ଗ। ତେବେ ନିକଟରେ ସିରିଏଲ୍‌ର କିଛି ସିନ୍‌ର ଶୁଟିଂ ଚାଲିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜେନିଫର। ତାଙ୍କୁ ରକ୍ଷା କରିବାକୁ ଯାଇ ଶିବିନ୍‌ଙ୍କ ହାତରେ ମଧ୍ୟ ଆଘାତ ଲାଗିଛି।

ସୂଚନା ଅନୁଯାୟୀ, ନିକଟରେ ଏକ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ‘ବେହଦ-୨’ର କିଛି ସିନ୍‌ର ଶୁଟିଂ ଚାଲିଥିଲା। ଜେନିଫର ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ ପାଖରେ ଥିଲେ ଓ ତାଙ୍କ ଶରୀରରେ ଏକ ହାର୍‌ନେସ୍ ବନ୍ଧା ଯାଇଥିଲା। ତେବେ କୌଣସି କାରଣରୁ ଲିଫ୍ଟଟି ଟପ୍‌ ଫ୍ଲୋରରୁ ତଳକୁ ଖସିବାକୁ ଲାଗିଥିଲା। ଆଉ ସେତେବେଳେ ତାଙ୍କ ଦେହରେ ବନ୍ଧା ହୋଇଥିବା ହାର୍‌ନେସ ଲିଫ୍ଟରେ ଲାଗିଯାଇଥିଲା। ତେଣୁ ସେ ବି ତଳକୁ ଖସିବାକୁ ଲାଗିଥିଲେ।  ତେବେ ଠିକ୍ ସମୟରେ ଶିବିନ ସେଠାରେ ପହଞ୍ଚି ଯାଇଥିଲେ ଓ ତାଙ୍କୁ ରକ୍ଷା କରିଥିଲେ। ଏହି ସମୟରେ ଉଭୟଙ୍କ ଦେହରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେମାନେ ଶୁଟିଂ ବନ୍ଦ କରି ନଥିଲେ।

ଏହି ଘଟଣା ସମ୍ପର୍କରେ ଶିବିନ କହିଛନ୍ତି- ‘ଆମର ଶୁଟ୍‌ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ଥିଲା। ମୁଁ ବହୁତ ଉତ୍ସାହିତ ଥିଲି। ପ୍ରଡକ୍ସନ ଟିମ୍‌ ମଧ୍ୟ ଏହି ଶୁଟିଂ ପାଇଁ ବେଶ୍‌ ସାବଧାନ ଥିଲେ। କିନ୍ତୁ ଏମିତି ଏକ ଦୁର୍ଘଟଣା ଘଟିଗଲା। ମତେ ଏବଂ ଜେନିଙ୍କୁ ଆଘାତ ଲାଗିଛି। ଆମେ ବହୁତ ଡରିଯାଇଥିଲୁ।’

ସୂଚନା ଅନୁଯାୟୀ, ‘ବେହଦ୍‌-୨’ ଡିସେମ୍ୱର ୨ତାରିଖରୁ ଆରମ୍ଭ ହୋଇଯାଇଛି। ଏଥିରେ ଜେନିଫର ଏବଂ ଶିବିନ୍‌ଙ୍କ ସହ ଆଶିଷ ଚୌଧୁରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ସୋନି ଟିଭିରେ ‘ବେହଦ’ ଧାରାବାହିକ ପ୍ରସାରିତ ହେଉଥିଲା। ଏଥିରେ ମଧ୍ୟ ମୁଖ୍ୟ ଭୂମିକାରେ ଜେନିଫର ଥିଲେ। ସେଥିରେ ତାଙ୍କ ବିପକ୍ଷରେ ଅଭନୟ କରିଥିଲେ କୁଶାଲ୍‌ ଟଣ୍ଡନ୍‌। ‘ବେହଦ’ ଭଳି ‘ବେହଦ-୨’ରେ ମଧ୍ୟ ଜେନିଫର ମାୟା ଭୂମିକାରେ ଅଭିନୟ କରୁଛନ୍ତି।



from Odisha Reporter https://ift.tt/2YNPYpF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages