ଧରା ପକାଇଲା ମନିପର୍ସ; ପୁଲିସ୍‌ କବଜାରେ କନଷ୍ଟେବଳ ଜିତେନ୍ଦ୍ର ସେଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ଧରା ପକାଇଲା ମନିପର୍ସ; ପୁଲିସ୍‌ କବଜାରେ କନଷ୍ଟେବଳ ଜିତେନ୍ଦ୍ର ସେଠୀ

ପୁରୀ(ମଧୁସୂଦନ ମିଶ୍ର): ଧର୍ମକ୍ଷେତ୍ର ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।  କୁମ୍ଭାରପଡ଼ା ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ୟପକ୍ଷରେ ପୁଲିସ୍ ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିଛି। ଏହି ଘଟଣା ସମ୍ପର୍କରେ ଡିଆଇଜି ଆଶିଷ କୁମାର ସିଂହ କହିଛନ୍ତି,“ ଘଟଣାର ତଦନ୍ତ ଜାରି ରହିଛି। ଆଉ ଯିଏ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ”

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ୨ଟାବେଳେ ସେ ନିମାପଡ଼ା ବସଷ୍ଟାଣ୍ଡରେ କାକଟପୁର ଯିବା ଲାଗି ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍‌ରୁ ଓହ୍ଲାଇ ଜିତେନ୍ଦ୍ର ନିଜକୁ ପୁଲିସ୍‌ ପରିଚୟ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗାଁରେ ଛାଡ଼ି ଦେବାକୁ କହି ଗାଡ଼ିରେ ପୁରୀ ନେଇ ଆସିଥିଲେ। ପରେ ପୁରୀ ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଦୁଇ ଜଣ ବାହାରୁ କବାଟ ଦେଇ ପଳାଇଥିଲେ।

ପୀଡ଼ିତା ଜଣକ କୌଶଳ କ୍ରମେ ଅଭିଯୁକ୍ତ ଜିତେନ୍ଦ୍ରର ମନିପର୍ସ ହାତେଇବା ପରେ ତାଙ୍କର ପରିଚୟ ମିଳିଥିଲା। ଜିତେନ୍ଦ୍ର ନାଁରେ ଆଗରୁ ମଧ୍ୟ ବହୁ ମାମଲା ଅଛି। ଚାକିରି କ୍ଷେତ୍ରରେ ନିଜର ଆଚରଣ ଲାଗି ତାଙ୍କ ସର୍ଭିସ ବୁକ୍‌ରେ ୯ଟି କଳା ଦାଗ ଲାଗିଥିଲ। ଗତ ଫେବୃଆରୀରେ ତତ୍‌କାଳୀନ ଏସ୍‌ପି ଜିତେନ୍ଦ୍ରକୁ ଚାକିରିରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଚାକିରି ଫେରି ପାଇଥିଲେ।



from Odisha Reporter https://ift.tt/35SZYQX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages