ପୋଲ ତଳକୁ ଖସିଲା ବାଇକ୍‌; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ପୋଲ ତଳକୁ ଖସିଲା ବାଇକ୍‌; ୨ ମୃତ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ଉପରୁ ଖସି ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅକ୍ଷୟ ନାୟକ ଓ  ବୈରାଗୀ ଖଣ୍ଡାୟତ। ସେମାନଙ୍କ ଘର ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘବର ପଞ୍ଚାୟତ ଫୁଲଚରା ଗାଁରେ।

ସୂଚନାଅନୁସାରେ, ଗତକାଲି ଅକ୍ଷୟ ଓ ବୈରାଗୀ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଏକ ବାଇକ୍‌ରେ ଝରାପଢା ଗାଁକୁ ଯାଉଥିଲେ। ହେଲେ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଲଇଣ୍ଡାମାଲ ପୋଲ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ତେବେ ସେମାନେ ନିର୍ବନ୍ଧ କାର୍ଯ୍ୟରେ ନପହଞ୍ଚିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ  କିଛଇ ପତ୍ତା ନ ପାଇବାରୁ ପୁଲିସ୍‌ର ସହାୟତା ନେଇଥିଲେ।  ଗତକାଲି ବିଳମ୍ୱିତ ରାତିରେ ରେଢାଖୋଲ ପୁଲିସ୍‌ ପୋଲ ତଳୁ ବାଇକ୍‌ ସହ ସେମାନଙ୍କ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/389qYO6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages