ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାର ଜାମିନ୍ ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ। ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର ସମାନ ଟଙ୍କାର ବେଲ ବଣ୍ଡ ଭରିବା ପରେ ଜେଲରୁ ମୁକୁଳିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୧୦୦ରୁ ଅଧିକ ଦିନ ତିହାର ଜେଲର ବିଚାର ବିଭାଗୀୟ ହେପାଜତରେ ରହିବା ପରେ ସେ ଜେଲରୁ ବାହାରିବାକୁ ଯାଉଛନ୍ତି।
Supreme Court directs P Chidambaram to furnish a bail bond of Rs 2 lakhs along with 2 sureties of the same amount. SC also says Chidambaram can not travel abroad without the Court's permission. https://t.co/JTs5nGBpJd
— ANI (@ANI) December 4, 2019
ଜାମିନ ଦେବା ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି, ସାକ୍ଷୀ ଓ ପ୍ରମାଣ ନଷ୍ଟ ନକରିବାକୁ ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ। ବିନା କୋର୍ଟଙ୍କ ଅନୁମତିକ୍ରମେ ସେ ବିଦେଶ ଗସ୍ତ କରିପାରିବେ ନାହିଁ।
Supreme Court says P Chidambaram should not temper with the evidence and not influence the witnesses. He should also not give press interviews or make make public statements in connection with this case. https://t.co/JTs5nGBpJd
— ANI (@ANI) December 4, 2019
ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ୱାରା ଦାୟର ହୋଇଥିବା ମାମଲାର ଜାମିନ୍ ପାଇସାରିଛନ୍ତି ଚିଦାମ୍ୱରମ। ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ସେ ଏହି ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ଜେଲରେ ରହିବା ବେଳେ ଅକ୍ଚୋବରରେ ମନି ଲଣ୍ଡରିଂ ମାମଲାରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ଇଡି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ଏହା ପୂର୍ବରୁ ଇଡି ମାମଲାରେ ହାଇକୋର୍ଟ କିନ୍ତୁ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଥିଲେ। ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ୱରମ।
ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା। ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା। ପୁଞ୍ଜି ନିବେଶ ପାଇଁ ସରକାର ଏଫଆଇପିବି ବୋର୍ଡର ନିୟମରେ ହେରଫେର କରିଥିଲେ। ସେତେବେଳର ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ନିର୍ଦ୍ଦେଶରେ ଏହି ହେରଫେର ହୋଇଥିଲା ବୋଲି ଅଭିଯୋଗ ରହିଛି। ଏଥିପାଇଁ ଚିଦାମ୍ୱରମ ମଧ୍ୟ ବ୍ୟକ୍ତିଗତ ଭାବରେ ଲାଭବାନ ହୋଇଥିଲେ ବୋଲି ମଧ୍ୟ ତଦନ୍ତକାରୀ ସଂସ୍ଥା କହିଛନ୍ତି। ଏହାପରେ ସିବିଆଇ ମେ ୨୦୧୭ରେ ଚିଦାମ୍ୱରମଙ୍କ ବିରୋଧରେ ଏତଲା ଦେଇଥିଲା।
from Odisha Reporter https://ift.tt/35XHH4W
No comments:
Post a Comment