ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟ ଅଟୋ ଷ୍ଟାଣ୍ଡରେ ଗତ ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଗୁଡ୍ଡସେ ରୋଡ଼ ତ୍ରିନାଥ ମନ୍ଦିର ସାହିର ଅନିଲ ପଣ୍ଡା।
ଗତକାଲି ରାତି ପ୍ରାୟ ୯ଟା ବେଳେ ଅଟୋଷ୍ଟାଣ୍ଡ ନିକଟରେ ଅନ୍ୟ ଜଣେ ଯୁବକଙ୍କ ସହ ଅନିଲଙ୍କର ବଚସା ହୋଇଥିଲା। ବଚସା ବୃଦ୍ଧି ପାଇବାରୁ ଅନିଲଙ୍କୁ ଛୁରୀ ଭୁସି ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିଲା। ତଳେ ପଡ଼ି ଅନିଲ ଛଟପଟ ହେଉଥିବା ବେଳେ ନିକଟରେ ଥିବା ଅଟୋ ଡ୍ରାଇଭରମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।
from Odisha Reporter https://ift.tt/2LlsPFI
No comments:
Post a Comment