ଆବଶ୍ୟକ ସାମଗ୍ରୀ: ଛତୁ, ସୋରିଷ, ଜିରା, ପୋଦିନା ପତ୍ର, ଧନିଆ ପତ୍ର, କାଜୁ, ପିଆଜ, କଞ୍ଚା ଲଙ୍କା, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଛତୁକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଛତୁକୁ ଟିକେ ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ। ଛତୁ ସିଝି ଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ଏବେ ପୋଦିନା ପତ୍ର, ଧନିଆ ପତ୍ର, କାଜୁ, ପିଆଜ ଓ କଞ୍ଚାଲଙ୍କାକୁ ବାଟି ଏକ ମସଲା ପ୍ରସ୍ତୁତ କରନ୍ତୁ। ତା’ପରେ ପୁଣି କଡ଼େଇରେ ତେଲ ଗରମ କରି ସୋରିଷ ଓ ଜିରା ଫୁଟାନ୍ତୁ। ପରେ ଉକ୍ତ ବଟା ମସଲାକୁ ସେଥିରେ ପକାନ୍ତୁ। ଅଳ୍ପ ଆଞ୍ଚରେ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଛତୁକୁ ପକାଇ ଆବଶ୍ୟକ ପରିମାଣରେ ଲୁଣ ଦିଅନ୍ତୁ ଓ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଢାଙ୍କୁଣୀ ଦେଇ କିଛି ସମୟ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ‘ମଶ୍ରୁମ୍ ଜାଫ୍ରାନୀ’। ଏହାକୁ ଆପଣ ରୁଟି ବା ନାନ୍ ସହିତ ଖାଇପାରିବେ।
from Odisha Reporter https://ift.tt/351Jo0u
No comments:
Post a Comment