ଥରାଉଛି ଶୀତ, କାଲିଠୁ ଆଜି ମଧ୍ୟରେ ତାପମାତ୍ରା ୧୦ ଡିଗ୍ରୀ କମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଥରାଉଛି ଶୀତ, କାଲିଠୁ ଆଜି ମଧ୍ୟରେ ତାପମାତ୍ରା ୧୦ ଡିଗ୍ରୀ କମିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଗତକାଲି ରାଜ୍ୟରେ ଥିବା ତାପମାତ୍ରାଠାରୁ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ୧୦ରୁ ୧୧ ଡିଗ୍ରୀ ମଧ୍ୟରେ ତାପମାତ୍ରା  ହ୍ରାସ ପାଇଛି। ଏଥିସହ କୋଷ୍ଟାଲ ଓଡ଼ିଶାରେ ୪ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି।  ଗତକାଲି ଅପେକ୍ଷା ଆଜି ସକାଳେ ଅଧିକ ଶୀତ ଅନୁଭୂତ ହେଉଥିବା କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ।

ସେ କହିଛନ୍ତି,“ ଗତକାଲି ସାରା ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିଥିଲା । ଆଜି ମେଘମୁକ୍ତ ଓଡ଼ିଶା ରହିଛି। ହେଲେ ଆଜି ସକାଳେ ଉତ୍ତର-ପୂର୍ବ ଦିଗରୁ ପବନ ଥିବାରୁ ଶୀତ ଅନୁଭୂତ ହେଉଥିଲା।”

ସେ ଆହୁରି କହିଛନ୍ତି,“ ଆସନ୍ତାକାଲି ତାପମାତ୍ରା ଏତେଟା ହ୍ରାସ ପାଇବ ନାହିଁ। କିନ୍ତୁ ପବନ ବୋହିବ। ହେଲେ ମେଘମୁକ୍ତ ଆକାଶ ଦୁଇରୁ ତିନି ଦିନ ରହିବ। ହିମାଳୟ ଅଞ୍ଚଳରେ ଥିବା ୱେଷ୍ଟାଲ ଡିଷ୍ଟାନସ୍‌ ୩୦ ତାରିଖ ଆଡକୁ ଶକ୍ତ ହେବ ବୋଲି ଆଶା କରାଯାଉଛି। ଏହାଫଳରେ ଉତ୍ତର କୋଷ୍ଟାଲ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ଯାହାଫଳରେ ତାପମାତ୍ରା ଆହୁରି ହ୍ରାସ ପାଇବ। ଜାନୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ଲାଗି ରହିବ।”

ସେ ଆହୁରି କହିଛନ୍ତି,“ ଆଜି ସକାଳେ ଅନୁଗୋଳ, ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ଫୁଲବାଣୀ ଓ ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟମରୁ ଘନ କହୁଡ଼ି ଦେଖାଯାଇଥିଲା। ଏହିସବୁ ଅଞ୍ଚଳରେ ତାପମାତ୍ରା ଏତେ ହ୍ରାସ ପାଇ ନାହିଁ। ଏଥିସହ ଆସନ୍ତାକାଲି କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ କୁହୁଡ଼ି ହେବ ବୋଲି ଆଶା କରାଯାଉଛି।”

 



from Odisha Reporter https://ift.tt/2ZtNayg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages