ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ, ୭୧ ଯବାନ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ, ୭୧ ଯବାନ ମୃତ

ନିଅମେ: ପଶ୍ଚିମ ଆଫ୍ରିକାରେ ଥିବା ନାଇଜର ଦେଶର ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୀମାରେ ଥିବା ନାଇଜରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୭୧ ଯବାନ ତାଙ୍କ ଦେଶ ପାଇଁ ଶହୀଦ ହୋଇଛନ୍ତି। ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଜିହାଦି ଗୋଷ୍ଠୀ ରହିଛନ୍ତି ବୋଲି ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ମଙ୍ଗଳବାର ପଶ୍ଚିମ ତିଲାବେରୀରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଥିଲା। ନାଇଜର ସେନା ଉପରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଛି। ୨୦୧୫ରୁ ଇସଲାମିକ ଆତଙ୍କବାଦୀ ମାନେ ନାଇଜରରେ ହିଂସା କାଣ୍ଡ ଘଟାଇ ଆସୁଥିବା ସୂଚନା ରହିଛି।

ଆତଙ୍କବାଦୀ ମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ସୁଚିନ୍ତିତ ଭାବରେ ଷଡ଼ଯନ୍ତ୍ର କରି ସେନା ଉପରେ ଏହି ଆକ୍ରମଣ କରିଛନ୍ତି। ସେନା ମଧ୍ୟ କଡ଼ା ଜବାବ ଦେବାକୁ ଯାଇ ଅନେକ ଆତଙ୍କବାଦୀକୁ ନିପାତ କରିଛି ବୋଲି ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖାପାଖି ୩ ଘଣ୍ଚା ଧରି ଗୁଳି ବିନିମିୟ ଚାଲିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟ, ନାଇଜର ସେନା ବୋକା ହାରାମ ଆତଙ୍କବାଦୀ ସଂଗଠନ ସହ ପୂର୍ବରୁ ଲଢ଼ିଆସୁଛି। ଏହଳି ସ୍ଥିତିରେ କିଛି ହଠାତ୍ ଜିହାଦୀ ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରିଛି ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ୟୁସୁଫ ମହମ୍ମଦ ମିଶ୍ର ଗସ୍ତ ଅଧାରୁ ବାତିଲ କରି ସ୍ୱଦେଶ ଫେରୁଥିବା ସୂଚନା ରହିଛି।



from Odisha Reporter https://ift.tt/2RIQTpZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages