ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲାଲବାହିନୀର ଫତଓ୍ୱା । କାହାକୁ ଫୋନ୍ କଲେ ମିଳିବ ମୃତ୍ୟୁଦଣ୍ଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି।
ଲୋକମାନେ କାହାରିକୁ ଫୋନ ନକରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନକରିବାକୁ ଚେତାବନୀ ଦିଆଯାଇଛି।ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ। ଯିଏ ଏହାର ଖିଲାପ କରିବ ତାକୁ କଡା ଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ପୁଲିସକୁ ସୂଚନା ଦେଉଥିବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।
from Odisha Reporter https://ift.tt/2qNJb2Q
No comments:
Post a Comment