ଭାରତରେ ବେଆଇନ ଭାବରେ ରହୁଥିବା ବାଂଲାଦେଶୀଙ୍କୁ ଫେରାଇ ନେବ ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଭାରତରେ ବେଆଇନ ଭାବରେ ରହୁଥିବା ବାଂଲାଦେଶୀଙ୍କୁ ଫେରାଇ ନେବ ବାଂଲାଦେଶ

ଢ଼ାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି ବାଂଲାଦେଶ ସରକାର। ଏଥିପାଇଁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ଭାରତ ସରକାରଙ୍କୁ ଦେବା ପାଇଁ କହିଛି ବାଂଲାଦେଶ ସରକାର। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଏହା କହିଛନ୍ତି। ଯଦି ଭାରତ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ଦେବେ ତାହେଲେ ସେମାନଙ୍କୁ ବାଂଲାଦେଶ ଫେରାଇନେବା ପାଇଁ ବାଂଲାଦେଶ ସରକାର ଅନୁମତି ଦେବ ବୋଲି ସେ କହିଛନ୍ତି।

ଏନଆରସି ଭାରତର ଅନ୍ତରୀଣ ପ୍ରସଙ୍ଗ। ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ରହିଛି। ତେଣୁ ଏହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ିବ ନାହିଁ ବୋଲି ଭାରତ ବାଂଲାଦେଶକୁ ଆଶ୍ୱସନା ଦେଇଛି ବୋଲି ସେ କହିଛନ୍ତି। ତେବେ କିଛି ଭାରତୀୟ ରୋଜଗାର ଆଶାରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା ଅଭିଯୋଗ ରହିଛି। ଯଦି ସେମିତି କେହି ଧରାପଡ଼ନ୍ତି ତାହେଲେ ସେମାନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ନାଗରିକତା ସଂଶୋଧନ ବିଧେୟକ ସଂସଦରେ ଗୃହୀତ ହେବା ପରେ ଏହାକୁ ନେଇ ଉତ୍ତର ପୂର୍ବ, ଦିଲ୍ଲୀ ଏବଂ ପଶ୍ଚିମବଂଗରେ ପ୍ରବଳ ବିରୋଧ ଦେଖାଦେଇଛି। ଏହି ସମୟରେ ଭାରତ ଗସ୍ତରେ ଆସିବାର ଥିଲା ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ୍। କାର୍ଯ୍ୟବସ୍ତ ଯୋଗୁ ସେ ଭାରତ ଗସ୍ତ ବାତିଲ୍ କରିଥିଲେ ବୋଲି କହିଥିଲେ।

ଗୃହରେ ବିଧେୟକ ଆଗତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ବାଂଲାଦେଶରେ ଅଳ୍ପ ସଂଖ୍ୟକ ଭାବରେ ଥିବା ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଛି। ସେଠାରେ ସେମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ଶାହଙ୍କର ଏହି ମନ୍ତବ୍ୟକୁ କିନ୍ତୁ ଖାରଜ କରିଥିଲେ ବାଂଲାଦେଶ ମନ୍ତ୍ରୀ।



from Odisha Reporter https://ift.tt/36Dxk6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages