ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ହେଲା ପହଲି ଭୋଗ ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ହେଲା ପହଲି ଭୋଗ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଏହି ଅବସରରେ ଭୋର୍ ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ପହିଲି ଭୋଗ ନୀତି ହୋଇଛି ।

ଲୋକକଥା ଅନୁଯାୟୀ, ପୌଷ ମାସରେ ମା’ ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି। ଏହି ସମୟରେ କୁଆ କା ନ କହିବା ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ ।

ଏହି ପହିଲି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବିଭିନ୍ନ ପ୍ରକାରର ପିଠା ଭୋଗ କରାଯାଏ । ଧନୁ ସଂକ୍ରାନ୍ତିରେ ମୁଖ୍ୟତଃ ମୁଆଁ ଭୋଗ କରାଯାଇଥାଏ। ଏହାବ୍ୟତୀତ ବଲ୍ଲଭ ସହ ବିରି ଓ ଗହମରେ ଘୃତ ପାକ ହୋଇଥିବା ପିଠା ଆଦିକୁ ପଞ୍ଚ ଉପଚାରରେ ଭୋଗ କରାଯାଇଥାଏ। ପହିଲି ଭୋଗ ନୀତି ଆସନ୍ତା ମକର ସଂକ୍ରାନ୍ତିରେ ଶେଷ ହେବ ।



from Odisha Reporter https://ift.tt/2thIlMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages