ଜ୍ୟାକିଙ୍କ ପ୍ୟାଣ୍ଟ ଚୋରି କରିଥିଲେ ଅନୀଲ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ଜ୍ୟାକିଙ୍କ ପ୍ୟାଣ୍ଟ ଚୋରି କରିଥିଲେ ଅନୀଲ୍‌ !

ମୁମ୍ୱାଇ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ଡାନ୍ସ ପ୍ଲସ୍‌ ୫’ରେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ୍‌ କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଶୋ’ରେ ଦୁହେଁ ସେମାନଙ୍କ ଲମ୍ବା ଅଭିନୟ କ୍ୟାରିୟରର ସ୍ମୃତିଚାରଣ କରିଥିଲେ। ଆଉ ଏହି ଅବସରରେ ୨୦ ବର୍ଷ ତଳେ ଅନୀଲ ତାଙ୍କର ଏକ ପ୍ୟାଣ୍ଟ ଚୋରାଇ ନେଇଥିଲେ ବୋଲି ଜ୍ୟାକି କହିଥିଲେ। ତା’ସହିତ ସେହି ପ୍ୟାଣ୍ଟ ତାଙ୍କୁ ଫେରାଇ ଦେବାକୁ ସେ ଅନୀଲଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲେ। ଅନୀଲ ପ୍ୟାଣ୍ଟ୍ ଚୋରି କରିଥିବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଦର୍ଶକଙ୍କ ମନରେ ଉଠିଥିବା ସନ୍ଦେହକୁ ଦୂର କରିଥିଲେ ଅନୀଲ। ସେ କହିଥିଲେ, “ଆପଣମାନେ ସମସ୍ତେ ଜାଣିଛନ୍ତି, ମୋ ଭାଇ ଜ୍ୟାକି ଷ୍ଟାଇଲ ଆଇକନ୍‌। ସେ ହେଉଛନ୍ତି ଲକ୍ଷେରେ ଜଣେ।  ‘ବିରାସତ’ ଫିଲ୍ମର ଶୁଟିଂ କରୁଥିବା ସମୟରେ ମୁଁ ତାଙ୍କର ଏକ ଖାକି ପ୍ୟାଣ୍ଟ ଦେଖିଥିଲି। ସେହି ପ୍ୟାଣ୍ଟ ସେହି ସମୟରେ ଟ୍ରେଣ୍ଡିଂରେ ଥିଲା। ମୋତେ ସେହି ପ୍ୟାଣ୍ଟ୍‌ ବହୁତ ପସନ୍ଦ ଆସିଥିଲା। ଦିନେ ମୁଁ ଜ୍ୟାକିଙ୍କ ପାଖକୁ ଯାଇଥିଲି ଏବଂ ତାଙ୍କର ସେହି ପ୍ୟାଣ୍ଟକୁ ମାଗି ଆଣିଥିଲି। ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଫେରାଇ ନାହିଁ।”

ଏହି ଶୋ’ରେ ଦୁଇ ସୁପର୍‌ଷ୍ଟାର୍‌ ଏପରି ମଜାମସ୍ତି କରିବା ସହିତ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଜ୍ୟାକିଙ୍କର ସେହି ୨୦ ବର୍ଷ ପୁରୁଣା ଖାକି ପ୍ୟାଣ୍ଟକୁ ମଧ୍ୟ ଅନୀଲ ପ୍ରଦର୍ଶନ କରିଥିଲେ।

 



from Odisha Reporter https://ift.tt/2LcGtuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages