ସଲ୍‌ମାନ୍‌ଙ୍କ ସହ ଡେବ୍ୟୁ କରିବେ ସୂରଜ ବଡ଼ଜାତ୍ୟାଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ସଲ୍‌ମାନ୍‌ଙ୍କ ସହ ଡେବ୍ୟୁ କରିବେ ସୂରଜ ବଡ଼ଜାତ୍ୟାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ତାଙ୍କ ବାପାଙ୍କ ଭଳି ନିର୍ଦ୍ଦେଶନା କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଚର୍ଚ୍ଚା ହେଉଥିଲା ଯେ ଦେବାଂଶଙ୍କ ପ୍ରଥମ ଫିଲ୍ମରେ କାର୍ତ୍ତିକ୍‌ ଆର୍ଯ୍ୟନ ଅଭିନୟ କରିବେ। ହେଲେ ଏବେ ସେ ଏହାକୁ ଖଣ୍ଡନ କରିଛନ୍ତି। ଏହା ସହିତ ସେ କାହା ସହ ତାଙ୍କର ପ୍ରଥମ ଫିଲ୍ମ କରିବେ, ତାହା ସ୍ପଷ୍ଟ କରି ଦେଇଛନ୍ତି।

ଦେବାଂଶ କହିଛନ୍ତି ଯେ ସେ ସଲ୍‌ମାନ୍‌ ଖାନ୍‌ ସହ ତାଙ୍କର ପ୍ରଥମ ଫିଲ୍ମ କରିବେ। କାରଣ ଏହା ତାଙ୍କ ପରିବାରର ପରମ୍ପରା। ତାଙ୍କ ବାପା ସୂରଜ୍‌ ବଡ଼ଜାତ୍ୟା ମଧ୍ୟ ୧୯୮୯ରେ ସଲ୍‌ମାନ୍‌ଙ୍କ ସହ ଫିଲ୍ମ ‘ମେନେ ପ୍ୟାର୍‌ କିୟା’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଲିଡ୍‌ ହିରୋ ଭାବେ ସଲ୍‌ମାନଙ୍କର ମଧ୍ୟ ଏହା ପ୍ରଥମ ଫିଲ୍ମ ଥିଲା। ଫିଲ୍ମଟି ପୂରା ହିଟ୍‌ ହୋଇଥିଲା। ଆଜି ମଧ୍ୟ ଦର୍ଶକ ଏହି ଫିଲ୍ମକୁ ମନେପକାନ୍ତି। ତେଣୁ ସେ ମଧ୍ୟ ତାଙ୍କର ପ୍ରଥମ ଫିଲ୍ମରେ ସଲ୍‌ମାନ୍‌ଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହୁଁଛନ୍ତି।

ଦେବାଂଶଙ୍କ କହିବା ଅନୁଯାୟୀ ସେ ତାଙ୍କ ବାପା ଓ ସଲ୍‌ମାନ୍‌ଙ୍କ କାମକୁ ଦେଖି ଦେଖି ବଡ଼ ହୋଇଛନ୍ତି। ତେଣୁ ପ୍ରଥମେ ସଲ୍‌ମାନ୍‌ଙ୍କଠାରୁ ହିଁ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସୂରଜଜଙ୍କ ସହ ସଲ୍‌ମାନ୍‌ ୪ଟି ଫିଲ୍ମରେ କାମ କରିଛନ୍ତି। ସେଗୁଡ଼ିକ ହେଲା ‘ମୈନେ ପ୍ୟାର୍‌ କିୟା’, ‘ହମ୍‌ ‌ଆପ୍‌କେ ହେ କୌନ୍’, ‘ହମ୍‌ ସାଥ୍‌ ସାଥ୍‌ ହୈ’ ଓ ‘ପ୍ରେମ୍‌ ରତନ୍‌ ଧନ ପାୟୋ’। ଆଉ ଏସବୁ ଗୁଡ଼ିକ ହିଟ୍ ସାବ୍ୟସ୍ତ ହୋଇଥିଲା। ଗତ କିଛିଦିନ ତଳେ ଖବର ଆସିଥିଲା ଯେ ଏହି ଯୋଡ଼ି ପୁଣିଥରେ ‘ହମ୍‌ ‌ଆପ୍‌କେ ହେ କୌନ୍’ର ସିକ୍ୱେଲ୍‌ ନେଇ ଆସୁଛନ୍ତି।



from Odisha Reporter https://ift.tt/2ZhDhDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages