ଆବଶ୍ୟକ ସାମଗ୍ରୀ: ଚିକେନ୍, ଅଣ୍ଡା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା-ରସୁଣ ବଟା, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଟା ଗରମ ମସଲା, ଜିରା, କଟା ଟମାଟୋ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା-ରସୁଣ ବଟା ଓ ଲୁଣ ପକାନ୍ତୁ। ଏବେ ସେଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଅଣ୍ଡା ପକାଇ ମ୍ୟାରିନେଟ୍ କରି ରଖନ୍ତୁ।
କିଛି ସମୟ ପରେ କଡ଼େଇରେ ତେଲ ଗରମ କରି ଗୋଟା ଗରମ ମସଲା, ଜିରା, କଟା ଟମାଟୋ, ଅଣ୍ଡା, ଲୁଣ ଓ ହଳଦୀ ପକାଇ ଭଲ ଭାବେ କଷନ୍ତୁ। ଅଣ୍ଡା ମସଲା କଷି ହୋଇଗଲେ ସେଥିରେ ମ୍ୟାରିନେଟ୍ ହୋଇଥିବା ଚିକେନ୍ ପକାଇ କଷନ୍ତୁ। ଏବେ ଅଳ୍ପ ପାଣିଦେଇ ଘୋଡ଼େ ଦିଅନ୍ତୁ। ଏବେ ଚିକେନ୍କୁ ସିଝିବାକୁ ଛାଡ଼ି ଦିଅନ୍ତୁ। ତେବେ କିଛି ସମୟ ଅନ୍ତରରେ ଘୋଡ଼ଣୀ କାଢ଼ି ଦେଖୁ ଥାଆନ୍ତୁ। ନ ହେଲେ ଚିକେନ୍ ଲାଗି ଯାଇପାରେ। ଚିକେନ୍ ସିଝି ଗଲା ପରେ ଓ ପାଣି ପୂରା ମରିଗଲା ପରେ ସେଥିରେ ଟମାଟୋ ସସ୍, ଚିଲି ସସ୍ ପକାଇ ଆଉ ଅଳ୍ପ ସମୟ ଚୁଲିରେ ବସାନ୍ତୁ। ଏହା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଅଣ୍ଡା ଚିକେନ୍ ଫ୍ରାଏ’।
from Odisha Reporter https://ift.tt/35Oh9n0
No comments:
Post a Comment