ସୂର୍ଯ୍ୟପରାଗ ପାଇଁ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ସୂର୍ଯ୍ୟପରାଗ ପାଇଁ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଗୁରୁବାର ସକାଳ ୮ ଘଣ୍ଟା ୨୦ମିନିଟ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ମିନିଟ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ ପାକତ୍ୟାଗ କରାଯିବ। ଏହାସହ ଅନ୍ନ ଭୋଜନ ଏବଂ ଦେବନୀତି ମଧ୍ୟ ନିଷେଧ ରହିଛି।

ମାତ୍ର ଆଜି ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବ ବୋଲି ସୂଚନା ମିଳିଛି। ପରାଗ ସ୍ପର୍ଶ ସମୟରେ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହେବ। ମହାପ୍ରଭୁଙ୍କ ମହାସ୍ନାନ, ଖଇ କୋରା ଭୋଗ ହେବ। ଏହା ପରେ ପହିଲି ଭୋଗ ସମେତ ଅନ୍ୟାନ୍ୟ ନୀତି ହେବ। ସୂର୍ଯ୍ୟପରାଗ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବନି। ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି।

ଜୋର୍ତିବିଦ୍‌ଙ୍କ ଆକଳନ ଅନୁସାରେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶି ପାଇଁ ସୂର୍ଯ୍ୟପରାଗ ଅଶୁଭ ହେବ। ତୁଳା, ବିଛା, କୁମ୍ଭ, କର୍କଟ, ସିଂହ, କନ୍ୟା ଏବଂ ତୁଳା ରାଶି ପାଇଁ ଏହା ଶୁଭଙ୍କର ହେବ।



from Odisha Reporter https://ift.tt/34ZNF4B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages