ଏଣିକି ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ଏଣିକି ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ ଛାତ୍ରଛାତ୍ରୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଏଣିକି କମ୍ ବୟସ୍କ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିବେ ନାହିଁ। ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏନେଇ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ପାଳନ କରିବା ସହ ଯେପରି ଛାତ୍ରଛାତ୍ରୀ ଏଦିଗରେ ସଚେତନ ହେବେ ସେ ନେଇ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ଖାଲି ପିଲାଙ୍କୁ ନୁହେଁ ସ୍କୁଲ ବସ୍ ନୀତିକୁ ମଧ୍ୟ କଡାକଡି ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି । ଏହାଛଡ଼ା ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଆଣି ଆସୁଥିବା ୩ ଚକିଆ ଗାଡି ଯେଭଳି କ୍ଷମତାଠାରୁ ଅଧିକ ପରିବହନ କରିବେ ନାହିଁ ତଥା ସଡକ ସୁରକ୍ଷା ନିୟମକୁ କଡାକଡି ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି । ଯଦି ଏହି ସଡକ ସୁରକ୍ଷା ନିୟମ ପାଳନ କରିବାରେ କୌଣସି ଉଲ୍ଲଂଘନ ହେଲେ ତୁରନ୍ତ ସ୍ଥାନୀୟ ଆରଟିଓଙ୍କୁ ଜଣାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି  ।



from Odisha Reporter https://ift.tt/35T720o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages