ଆନ୍ଦୋଳନକାରୀଙ୍କ ପଥର ମାଡ଼ର ଶିକାର ହେଲେ ପୁଲିସ କର୍ମୀ, ତ୍ରିରଙ୍ଗା ଧରି ପୁଲିସଙ୍କୁ ଉଦ୍ଧାର କଲେ ମୁସଲିମ୍ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ଆନ୍ଦୋଳନକାରୀଙ୍କ ପଥର ମାଡ଼ର ଶିକାର ହେଲେ ପୁଲିସ କର୍ମୀ, ତ୍ରିରଙ୍ଗା ଧରି ପୁଲିସଙ୍କୁ ଉଦ୍ଧାର କଲେ ମୁସଲିମ୍ ଯୁବକ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପୁଲିସ ଓ ଆନ୍ଦୋଳନକାରୀ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ଏହି ସମୟରେ ଜଣେ ପୁଲିସ କର୍ମୀ ଆନ୍ଦୋଳନକାରୀଙ୍କର ପଥର ମାଡ଼ର ଶିକାର ହେଉଥିବାବେଳେ ସେହି ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ଯୁବକ ପୁଲିସ ସପକ୍ଷରେ ଆସି ଆନ୍ଦୋଳନକାରୀଙ୍କ କବଳରୁ ମୁକୁଳାଇନ୍ତି।

ଗୁଜରାଟର ଅହମଦାବାଦରେ ଶାହ-ଏ-ଆଲାମ ଅଞ୍ଚଳରେ ଆନ୍ଦୋଳନ କରୁଥିବାବେଳେ ଡିସିପି. ଏସପି, ଇନସପେକ୍ଟର ସମେତ ୧୯ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଏହି ପୁଲିସ କର୍ମୀଙ୍କ ମଧ୍ୟରୁ ଜଣେ ପୁଲିସ ଆନ୍ଦୋଳନକାରୀଙ୍କ ଇଟା, ପଥର ମାଡ଼ର ଶିକାର ହୋଇଥିଲେ। ତେବେ ଏହି ସମୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ ଜଣ ମୁସଲିମ୍ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି ଆନ୍ଦୋଳନକାରୀଙ୍କ ଆଗକୁ ଆସିଥିଲେ। ଏହାପରେ ତଳେ ପଡ଼ି ଆନ୍ଦୋଳନକାରୀଙ୍କ ପଥର ମାଡ଼ର ଶିକାର ହେଉଥିବା ପୁଲିସ କର୍ମୀଙ୍କୁ ବଞ୍ଚାଇଥିଲେ ୭ ଯୁବକ। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ଯେଉଁ ୭ ଜଣ ଯୁବକ ପୁଲିସଙ୍କୁ ଆନ୍ଦୋଳନକାରୀଙ୍କ କବଳରୁ ଉଦ୍ଧାର କରିଛନ୍ତି ସେମାନଙ୍କୁ ଖୁବ ପ୍ରଶଂସା କରାଯାଇଛି।

ଗତକାଲି ସିଏଏକୁ ବିରୋଧ କରି ଗୁଜରାଟ ବନ୍ଦ ଡାକରା ଦିଆଯାଇଥିଲା। ଶାହ-ଏ-ଆଲମ ଅଞ୍ଚଳରେ ଅଧିକ ହିଂସା ଦେଖିବାକୁ ମିଳିଥିଲା। ପୁଲିସ ହିଂସା ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରି ରଖିଛି।



from Odisha Reporter https://ift.tt/2Q6Qz1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages