ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି।
ବିବାଦର ଶୀଘ୍ର ସମାଧାନ ପାଇଁ ସେ କହିଥିଲେ। ଧାନ ଜବତ ଘଟଣାର ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ ଚାଷୀ । କିଛି ଦିନ ତଳେ କନକତୋରା ଗାଁର ମନୋଜ ମେହେର ନାମକ ଚାଷୀଙ୍କ ୩୮ ବସ୍ତା ଧାନ ଜବତ କରିଥିଲା ଛତିଶଗଡ଼ ପୁଲିସ।
from Odisha Reporter https://ift.tt/2YE3r3v
No comments:
Post a Comment