ଫେରିଲା ବୁଲଡୋଜର, ଧାରଣାରେ ବସିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଫେରିଲା ବୁଲଡୋଜର, ଧାରଣାରେ ବସିଲେ ଲୋକେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀକୁ ଜବରଦଖଲମୁକ୍ତ କରିବାକୁ ଆଜି ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିବା ସହ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ତାରିଣୀ ମନ୍ଦିର ଭାଙ୍ଗିବାକୁ ବୁଲଡୋଜର ଆସିଥିଲା । ପ୍ରଶାସନିକ ଅଧିକାରୀ ବି ଉପସ୍ଥିତ ଥିଲେ । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧକୁ ଦେଖି ବୁଲଡୋଜର ଫେରି ଯାଇଛି । ପ୍ରତିବାଦରେ ବହୁ ଲୋକେ ଧାରଣାରେ ବସିଛନ୍ତି। ଧାରଣା ପ୍ରତ୍ୟାହର କରିବା ନିମନ୍ତେ ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛି ପ୍ରଶାସନ ।

ଅପରପକ୍ଷେ ଲିଙ୍ଗରାଜ ମନ୍ଦିର ପଛପଟେ ଥିବା ମେଡିକାଲ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କିଛି ଦୋକାନକୁ ହଟାଇଛି ପ୍ରଶାସନ । ଘଟଣାସ୍ଥଳରେ ବିଏମ୍‌ସି ଓ ବିଡିଏର ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି ।



from Odisha Reporter https://ift.tt/2tao7o1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages