ଆବଶ୍ୟକ ସାମାଗ୍ରୀ: କର୍ଣ୍ଣ, ଚିନି, ଗାଜର, କ୍ଷୀର, ଲୁଣ, ବ୍ରେଡ୍କ୍ରମ୍ବସ୍, ସ୍ୱିଟ୍ କର୍ଣ୍ଣ କ୍ରିମ୍, ଚିଜ୍ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କର୍ଣ୍ଣକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହା ପରେ ଏଥିରେ ସ୍ୱିଟ୍ କର୍ଣ୍ଣ କ୍ରିମ୍, ଚିଜ୍, ଚିନି, କ୍ଷୀର, ଲୁଣ, ଗ୍ରେଟେଡ୍ ଗାଜର ଓ ଅଳ୍ପ ପାଣି ମିଶାଇ ଆଉ ଥରେ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ଏକ ପ୍ୟାନ୍ରେ ମଧ୍ୟମ ଆଞ୍ଚରେ ଏହାକୁ ସିଝାନ୍ତୁ। ସିଝିଗଲା ପରେ ଏବେ ଏହାକୁ ପ୍ଲେଟ୍କୁ ବାହାର କରି ଭଲ ଭାବେ ଚାରି ଆଡ଼କୁ ଖେଳାଇ ରଖନ୍ତୁ।
ଥଣ୍ଡା ହୋଇଯିବା ପରେ ଏହାକୁ ମନପସନ୍ଦର ଆକାର ଦେଇ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ। ଏବେ ପ୍ୟାନ୍ରେ ତେଲ ଗରମ କରି ଏହି କର୍ଣ୍ଣ ଖଣ୍ଡଗୁଡ଼ିକୁ ମଇଦା ଓ କର୍ଣ୍ଣ ଫ୍ଲୋର୍ର ପ୍ରଲେପ ଦେଇ ଗୋଟି ଗୋଟି କରି ତେଲରେ ଛାଣନ୍ତୁ। ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲେ ସେଗୁଡ଼ିକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସ୍ୱିଟ୍ କର୍ଣ୍ଣ ଟିକ୍କି’। ଏହାକୁ ନିଜ ପସନ୍ଦର ସସ୍ ସହିତ ପରଷନ୍ତୁ।
from Odisha Reporter https://ift.tt/2Qw91B0
No comments:
Post a Comment