ମହିଳାଙ୍କୁ ଦଳି ଦେଲା ଦନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

ମହିଳାଙ୍କୁ ଦଳି ଦେଲା ଦନ୍ତା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି। ମୃତକଙ୍କ ନାଁ ନୟନୀ ସାହୁ। ତାଙ୍କ ଘର ବଜ୍ରକୋଟ ଗାଁରେ।

ସୂଚନା ଅନୁସାରେ, ଆଜି ସକାଳେ ନୟନୀ ତାଙ୍କ ଝିଅ ସାଙ୍ଗରେ ଭୁବନେଶ୍ୱର ଯିବା ପାଇଁ ବସ୍ ଧରିବାକୁ ଗାଁ ଛକକୁ ଆସୁଥିଲେ। ଏହି ସମୟରେ ସେମାନେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ନୟନୀଙ୍କୁ ଦଳି ଦେଇଥିଲା। ହେଲେ ତାଙ୍କ ଝିଅ ସେଠାରୁ ଦୌଡ଼ି ପଳାଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସେହି ଦନ୍ତା ହାତୀ ଓଳନ୍ଦା ଗାଁରେ ନବ କିଶୋର ସେଠୀଙ୍କ ଘର ଭିତରେ ପଶି ତାଙ୍କୁ ଦଳି ଦେଇଥିଲା।



from Odisha Reporter https://ift.tt/2Q3mrpl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages