ଅଗଷ୍ଟ ୫ ପରେ ପ୍ରଥମଥର ପାଇଁ ବୈଠକ କଲେ ଏନସି ଓ ପିଡିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ଅଗଷ୍ଟ ୫ ପରେ ପ୍ରଥମଥର ପାଇଁ ବୈଠକ କଲେ ଏନସି ଓ ପିଡିପି

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ବୈଠକ କରିଛନ୍ତି ନ୍ୟାଶନାଲ କନଫରେନ୍ସ(ଏନସି) ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)। ସୋମବାର ଉଭୟ ପିଡିପି ଓ ଏନସି ନିଜ ନିଜ ଅଫିସରେ ବୈଠକ କରିଥିବା ଜଣାପଡ଼ିଛି। ପିଡିପି ଓ ଏନସିର ବରିଷ୍ଠ ନେତାମାନେ ଅଗଷ୍ଟ ୫ରୁ ଗୃହବନ୍ଦୀ ହୋଇ ରହିଛନ୍ତି।

ହେଲେ ସେମାନେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନରେ ରାଜନୀତିକ କାର୍ଯ୍ୟକଳାପ ଆରମ୍ଭ କରିବା ପୂର୍ବରୁ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ବୈଠକ ହୋଇଛି।

ସୂତ୍ର ଅନୁସାରେ, ଗୃହବନ୍ଦୀ ହୋଇ ରହିଥିବା ଏନସି ସୁପ୍ରିମୋ ଫାରୁକ ଅବଦୁଲ୍ଲାଙ୍କୁ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କରିବାକୁ ମୋବାଇଲ ଫୋନ ଦିଆଯାଇଥିଲା। ଏହି ମୋବାଇଲ ଦ୍ୱାରା ସେ ବୈଠକରେ ଉପସ୍ଥିତ ରହି ନିଜର ମତ ରଖିଥିଲେ। ସେହିପରି ଏନସିର ଉପ ସଭାପତି ତଥା ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଲ୍ୟାଣ୍ଡଫୋନ ଯୋଗାଇ ଦିଆଯାଇଥିଲା।

ଏନସିର ପ୍ରୋଭିନସିଆଲ ସମ୍ପାଦକ ସୌକତ ମୀର କହିଛନ୍ତି, “ପ୍ରତି ମାସରେ ଗୋଟିଏ ଥର ପ୍ରୋଭିନସିଆଲ ବୈଠକ ହୋଇଥାଏ। ତେବେ ଅଗଷ୍ଟ ୫ରେ ଧାରା ୩୭୦ରୁ ଉଚ୍ଛେଦ ପରେ ହଠାତ୍‌ ସବୁ କିଛି ବନ୍ଦ ହୋଇଯାଇଥିଲା। କାରଣ ପ୍ରୋଭିନସିଆଲ ସଭାପତି ନାସିର ୱାନିଙ୍କୁ ପ୍ରଶାସନ ସେବେଠାରୁ ଅଟକ କରି ରଖିଛି। ତେବେ ସୋମବାର ବୈଠକରେ ୧୦୦ରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।”

ଏନସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦଳର ସଭାପତି ତଥା ଶ୍ରୀନଗରର ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ ଅଟକ ରଖିବା ସମ୍ବିଧାନ ବିରୋଧୀ। ପିଡିପି ପକ୍ଷରୁ କୁହାଯାଇଛି ଯେ ୫ ମାସ ହେଲା କୌଣସି ଦଳୀୟ ବୈଠକ ହୋଇନାହିଁ।

ଦଳର ସଭାପତି ମେହେବୁବାଙ୍କ ସମେତ ସମସ୍ତ ବରିଷ୍ଠ ନେତା ଅଟକ ରହିଛନ୍ତି। ଆମେ ମେହେବୁବାଙ୍କ ସହ ବୈଠକ କରିବାକୁ ଅନୁମତି ମାଗିଥିଲୁ। ହେଲେ ପ୍ରଶାସନ ଆମକୁ ଏଥିପାଇଁ ଅନୁମତି ଦେଇନାହିଁ।



from Odisha Reporter https://ift.tt/2PR9PRV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages