ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ। ସରପଞ୍ଚଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଉତ୍ତ୍ୟକ୍ତ ଲୋକେ ତାଲା ପକାଇଥିବା ଜଣାପଡ଼ିଛି।

ସୂଚନାଅନୁଯାୟୀ, ସରପଞ୍ଚଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁ ଗାଁର ପ୍ରତ୍ୟକ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏନେଇ ଗାଁ ଲୋକେ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ କରି ଆସୁଥିଲେ। ହେଲେ ଏହାର କୌଣସି ସମାଧାନ ହୋଇ ପାରୁ ନଥିଲା। ତେଣୁ ଗତକାଲି ଶତାଧିକ ଗାଁ ଲୋକ ଏକାଠି ହୋଇ ତାଲା ପକାଇ ଦେବା ସହ ପଞ୍ଚାୟତ କର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ। ଏନେଇ ଖବର ପାଇ ପୁଲିସ୍‌ ଓ ବ୍ଲକ୍‌ ପ୍ରଶାସନ ପହଞ୍ଚି ଗାଁ ଲୋକ ଏବଂ ସରପଞ୍ଚଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗାଁଲୋକେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ।



from Odisha Reporter https://ift.tt/378g9KT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages