ଟ୍ରକ୍‌ରେ ପିଟି ହେଲା ବାଇକ୍‌, ଚାଲିଗଲା ୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ଟ୍ରକ୍‌ରେ ପିଟି ହେଲା ବାଇକ୍‌, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼(ବିଜୟ ବରୁଆ) :  ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ନିକଟସ୍ଥ ଏକ ଗାଁରୁ ଭୋଜି ଖାଇ ଫେରୁଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ କେହି ସୂଚନା ପାଇପାରି ନ ଥିଲେ। ସ୍ଥାନୀୟ ଲୋକେ ଭୋରରୁ ଏ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିଯୋଗୁ ସ୍ଥାନୀୟ ଲୋକେ ପୁଲିସ୍‌ ଅବହେଳାକୁ ଦାୟୀ କରିଛନ୍ତି।

ଗତକାଲି ଅପରାହ୍ନରେ ୨ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। କିନ୍ତୁ ପୁଲିସ୍‌ ଉକ୍ତ ଟ୍ରକ୍‌ ୨ଟିକୁ ରାସ୍ତାରୁ ହଟାଇ ନ ଥିଲା। ଫଳରେ ରାତିରେ ଦ୍ରୁତ ଗତିରେ ବାଇକ୍‌ରେ ଆସୁଥିବା ଯୁବକମାନେ ଅନ୍ଧାର ଯୋଗୁ ଟ୍ରକ୍‌କୁ ଦେଖି ନ ପାରି ପିଟି ହୋଇ ଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ନିକଟସ୍ଥ ସବଡେଗାର ବାଙ୍କପଡ଼ାରେ ଓ ଅନ୍ୟ ୨ଜଣଙ୍କ ଘର ଗାଇଦିରାରେ ବୋଲି ଜଣାପଡ଼ିଛି।  ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ଦେଖାଦେଇଛି।



from Odisha Reporter https://ift.tt/2PfadJK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages